ଏସସିବିରେ ୩ ସ୍ୱାଇନ ଫ୍ଲୁ ରୋଗୀ ଭର୍ତି

କଟକ:ବିଶ୍ୱ କୁ ଘାରିଛି କୋରୋନା ଚିନ୍ତା । ଓଡିଶାରେ କୋରୋନା ସହ ଏବେ ସ୍ୱାଇନ ଫ୍ଲୁ ଚିନ୍ତା । ଏସିବି ମେଡିକାଲରେ ପୁଣି ୩ ସ୍ୱାଇନ୍ ଫ୍ଲୁ ରୋଗୀଙ୍କୁ ଭର୍ତି କରାଯାଇଛି । ମେଡିକାଲରେ ଥିବା ସ୍ୱତନ୍ତ୍ର ସ୍ୱାଇନ୍ ଫ୍ଲୁ ୱାର୍ଡରେ ଏହି ୩ ଜଣଙ୍କୁ ଭର୍ତି କରାଯାଇଛି । ଏକ ନିର୍ଦ୍ଦିଷ୍ଟ ଡାକ୍ତରୀ ଦଳ ଏମାନଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ଏହି ମହାମାରୀର ଘଡି ସନ୍ଧି ମୁହୁର୍ତ ରେ କୌଣସି ପ୍ରକାର ଅପପ୍ରଚାର ନ କରିବା ପାଇଁ ମେଡିକାଲ କର୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି । ଯଦି ଏପରି କିଛି ଗୁଜବ ଖବର ଆସେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାନେଇ ମେଡିକାଲ ପକ୍ଷରୁ ସୂଚନା ରହିଛି । ତେବେ ଗତ ଶନିବାର ଜଣେ ମହିଳା ସ୍ୱାଇନ୍ ଫ୍ଲୁରେ ପ୍ରାଣ ହରାଇଛନ୍ତି ।