ମହିଳା ମାନଙ୍କୁ ଅନ୍ତବସ୍ତ୍ରରେ ଚାମଚ ରଖିବାକୁ ପରାମର୍ଶ୍ୟ ଦିଅନ୍ତି ସରକାର,ଜାଣନ୍ତୁ କେଉଁଠି ଓ କାହିଁକି ?

ନୂଆଦିଲ୍ଲୀ : ମହିଳାମାନଙ୍କ ପ୍ରତି ଦିନକୁ ଦିନ ଅସଦାଚରଣ ବଡି ବଢି ଚାଲିଛି । ଅନେକ ସମୟରେ ସେମାନଙ୍କ ଇଛା ବିରୋଧରେ ସେମାନଙ୍କୁ ଅନ୍ୟ ଦେଶକୁ ପଠା ଯାଉଛି । ଏଭଳି ସମସ୍ୟା କେବଳ ଆମ ଦେଶରେ ନୁହେଁ ଅନେକ ଦେଶରେ ରହିଛି । ହେଲେ ଏହି ପରି ଅପରାଧକୁ ରୋକିବା ଲାଗି ସ୍ୱିଡେନ ସରକାର ଏକ ଅଭିନବ ଘୋଷଣା କରିଛନ୍ତି । ମହିଳା ମାନଙ୍କୁ ସେମାନଙ୍କ ଅନ୍ତବସ୍ତ୍ରରେ ଚାମଚ ରଖି ବାହାରକୁ ବାହାରିବାକୁ ପରାମର୍ଶ୍ୟ ଦେଇଛନ୍ତି ସ୍ୱିଡେନ ସରକାର । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ । ତେବେ ଏହା ପଛରେ ଏକ କାରଣ ରହିଛି ।

କିଛି ମହିଳାଙ୍କ ପରିବାର ଲୋକେ ତାଙ୍କ ଇଚ୍ଛା ବିରୋଧରେ ବିବାହ କରି ସେମାନଙ୍କୁ ଅନ୍ୟ ଦେଶକୁ ପଠାଇ ଦେଉଛନ୍ତି । ହେଉଥିବା ଏଭଳି ଅପରାଧକୁ ଆଖି ଆଗରେ ରଖି ସ୍ୱିଡ଼େନ୍‌ ସରାକାର ଏକ ନୂଆ ଉପାୟ ବାହାହର କରିଥିବା ଜଣା ପଡ଼ିଛି । ମହିଳାମାନେ ବାହାରକୁ ବାହାରିଲେ ନିଜ ଅନ୍ତର୍ବସ୍ତ୍ରରେ ଚାମଚ ରଖି ବାହାରନ୍ତୁ ବୋଲି ସ୍ୱିଡ଼େନ୍‌ ସରକାର କହିଥିବା ଜଣା ପଡ଼ିଛି । ଏପରି ହେବା ଦ୍ୱାରା ଯେଉଁ ମହିଳାମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଦେଶ ବାହାରକୁ ନିଆଯାଉଛି ସେମାନଙ୍କୁ ବିମାନବନ୍ଦରରେ ସୁରକ୍ଷାକର୍ମୀ ଅଟକାଇବା ସହ ଯାଞ୍ଚ କରି ପାରିବେ । ଯାହାଦ୍ୱାରା ସେମାନେ ବନ୍ଦି ହେବାରୁ ବଞ୍ଚି ପାରିବେ ବୋଲି ସ୍ୱିଡ଼େନ୍‌ ସରକାର କହିଥିବା ଜଣା ପଡ଼ିଛି ।