ଭୁବନେଶ୍ବର:ଖୁବ ଶୀଘ୍ର ଓଲିଉଡ଼ ନାୟକ ସ୍ୱରାଜଙ୍କ ସହ ଶିବାନୀଙ୍କୁ ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। ହଁ ,ସ୍ୱରାଜ-ଶିବାନୀ ଯୋଡ଼ିଙ୍କର ଯେଉଁ ଓଡ଼ିଆ ସିନେମା ଆସୁଛି ତାହାର ଟାଇଟଲ୍ ରହିଛି ‘ଦିଲ୍ ମୋର ମାନେନା’।
ସ୍ୱରାଜ ଶିଶୁ କଳାକର ଭାବେ ଓଲିଉଡରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସ ୨୦୧୭ରେ ‘ତୁ ମୋ ଲଭ ଷ୍ଟୋରି’ରେ ହିରୋ ଭାବେ ବ୍ରେକ୍ ଦେଇଥିଲେ। ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିଲେ ନବାଗତ ଭୂମିକା,ଯିଏ ବି ଶିଶୁ କଳାକାରରୁ ହିରୋଇନ୍ ବନିଥିଲେ।
ଏହା ପରେ ସ୍ୱରାଜ୍ ‘ଲୈଲା ଓ ଲୈଲା’ଏବଂ ‘ଲଭ୍ ଏକ୍ସ ପ୍ରେସ୍’ ‘ତୁ ମୋ ଲଭ ଷ୍ଟୋରି୨’ ଏବଂ ଦିସ ଇଜ ମାୟାରେ ବାୟା’ ଆଦି ସିନେମାରେ ଅଭିନୟ କରିଛନ୍ତି। ଠିକ୍ ସେହିପରି ଶିଶୁ କଳାକାରରୁ ନାୟିକା ବନି ବେଶ୍ ଚର୍ଚ୍ଚାରେ ଅଛନ୍ତି ଶିବାନୀ।ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସ ୨୦୧୭ରେ ‘ସିଷ୍ଟର ଶ୍ରୀଦେବୀ’ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକାଭାବେ ବ୍ରେକ୍ ଦେଇଥିଲେ। ୨୦୧୮ରେ ଦର୍ଶକ ଅନୁଭବଙ୍କ ବିପକ୍ଷରେ ‘ପ୍ରେମକୁମାର’ଦେଖିବାକୁ ପାଇଛନ୍ତି।
‘ଦିଲ୍ ମୋର ମାନେନା’ ଏକ ଟିନ୍ ଏଜ୍ ଲଭ ଷ୍ଟୋରି ବୋଲି କୁହାଯାଉଛି। ଏହି ସିନେମାର ନିଦ୍ଦେଶକ ହେଲେବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ)।ରାଜେଶ ବପଲିନ୍ ଏହି ସିନେମାର ପ୍ରଯୋଜନା କରୁଛନ୍ତି।