ସ୍ୱରାଜ-ଶିବାନୀଙ୍କ ରୋମାନ୍ସ

ଭୁବନେଶ୍ୱର: ଖୁବ୍ ଶୀଘ୍ର ପରଦାରେ ଦର୍ଶକ ଦେଖିବାକୁ ପାଇବେ ସ୍ୱରାଜ ଓ ଶିବାନୀ ଙ୍କ ରୋମାନ୍ସ କେମେଷ୍ଟ୍ରୀ । କାରଣ ଖୁବ୍ ଶୀଘ୍ର ଏହି ସ୍ୱିଟ୍ ଯୋଡି ଶ୍ରୀଧର ମାର୍ଥା ଓ ବାପୁନ କୁମାରଙ୍କ ପ୍ରଯୋଜିତ ଫିଲ୍ମ “ଦିଲ୍ ମୋର ମାନେନା” ରେ ନଜର ଆସିବେ । ଯାହା ରିଲିଜ୍ ଅପେକ୍ଷାରେ । ସ୍ୱରାଜ-ଶିବାନୀଙ୍କ ବ୍ୟତୀତ ଏହି ଫିଲ୍ମରେ ମିହିର ଦାସ, ଉଷସୀ ମିଶ୍ର, ହରି, ଅମର ଗୁଡୁ, ସଲିଲ ମିତ୍ର ଏବଂ ଶ୍ରୀଧର ମାର୍ଥାଙ୍କୁ ପ୍ରମୁଖ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମ ଆନନ୍ଦ ।