ମା ହେବା ପରେ ଷ୍ଟେଜକୁ ଫେରିଲେ ସପ୍ନା ଚୌଧୁରୀ

ନୂଆଦିଲ୍ଲୀ : ହରିୟାଣାର ଚର୍ଚ୍ଚିତ ଡ୍ୟାନ୍ସର ସପ୍ନା ଚୌଧୁରୀ ମା ହୋଇ  ଲକଡାଉନ ପରେ ପୁଣି ଥରେ ଦମଦାର ପରଫରମାନ୍ସ ସହିତ ଷ୍ଟେଜକୁ ଫେରିଛନ୍ତି । ଅକ୍ଟୋବରରେ ମା ହେବା ପରେ ଏବେ ପୁଣିଥରେ ଷ୍ଟେଜକୁ ଫେରିଛନ୍ତି ଡ୍ୟାନସ କୁଇନ୍ ସପ୍ନା ଚୌଧୁରୀ । ସେ ଇନଷ୍ଟାଗ୍ରାମରେ ଏକ ଜବରଦସ୍ତ ଭିଡିଓ ସେୟାର କରିଛନ୍ତି ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ହରିୟାଣୀ କୁଇନ୍ ଏକ ଲାଲ ରଙ୍ଗର ଡ୍ରେସରେ ଜବରଦସ୍ତ ଡ୍ୟାନ୍ସ କରିଥିବାର ନଜର ଆସୁଛନ୍ତି । ସପ୍ନାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଏପର୍ଯ୍ୟନ୍ତ ତିନି ଳକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସପ୍ନାଙ୍କର ପ୍ରଶଂସକ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଫେରିବାକୁ ନେଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସପ୍ନା ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଓ୍ବେଲକମ୍ ଟୁ ମି’ ।