ସ୍ୱଚ୍ଛ ସହର ତାଲିକାରେ ପ୍ରଥମ ହେଉଛି ଇନ୍ଦୋର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦେଶବ୍ୟାପୀ ବାର୍ଷିକ ସ୍ୱଚ୍ଛତା ସର୍ବେକ୍ଷଣର ପଞ୍ଚମ ସଂସ୍କରଣ ‘ସ୍ୱଚ୍ଛ ସର୍ଭେକ୍ଷଣ – ୨୦୨୦’ ର ଫଳାଫଳ ଘୋଷଣା କରିଛନ୍ତି। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ସ୍ୱଚ୍ଛତା ସହର ସର୍ଭେ ରିପୋର୍ଟ ପ୍ରକାଶ କରିଛି। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର ପାଲଟିଛି। ଦ୍ୱିତୀୟ ସ୍ଥାନରେ ଗୁଜୁରାଟର ସୁରଟ ଏବଂ ନବୀ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏଥିପାଇଁ ଇନ୍ଦୋରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

swachh-survekshan-2020-results-indore-is-india-s-cleanest-city-for-the-fourth-year-top-10-highlights

ଆପଣଙ୍କୁ ଜଣାଇଦେଉଛୁ ଯେ ପ୍ରଥମ ସର୍ଭେରେ ମହୀଶୂର ଦେଶର ସବୁଠାରୁ ପରିଷ୍କାର ସହରର ଆଖ୍ୟା ପାଇଥିଲା। ସେବେଠାରୁ କ୍ରମାଗତ ତିନି ବର୍ଷ ଧରି ଇନ୍ଦୋର (୨୦୧୭, ୨୦୧୮, ୨୦୧୯) ଶୀର୍ଷରେ ରହିଛି ।