ଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ ମିଳିଲା ସଦିଗ୍ଧ ବ୍ୟାଗ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଶୁକ୍ରବାର ଏକ ସଦିଗ୍ଧ ବ୍ୟାଗ ମିଳିଛି । ଏହାକୁ ନେଇ ବିମାନବନ୍ଦରରେ କର୍ମଚାରୀ ଓ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି । ସଦିଗ୍ଧ ବ୍ୟାଗ ସଂପର୍କୀତ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଏହି ବ୍ୟାଗକୁ ନିଜ ନିୟନ୍ତ୍ରଣରେ ନେଇଛି । 

ଦିଲ୍ଲୀ ପୋଲିସର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବିମାନବନ୍ଦର ପୋଲିସ ଷ୍ଟେସନକୁ ଶୁକ୍ରବାର ଭୋର ୩ଟାରୁ ଏକ ସଦିଗ୍ଧ ବ୍ୟାଗ ଥିବା ନେଇ ସୂଚନା ମିଳିଥିଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗକୁ ନେଇଯାଇଛି । ବିମାନବନ୍ଦରରେ ସଦିଗ୍ଧ ବ୍ୟାଗ ମିଳିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଛନ୍ତି । ଏହା ପରେ ଟର୍ମିନାଲ-୩ ରାସ୍ତାକୁ ବନ୍ଦ କରାଯାଇଥିଲା । ବ୍ୟାଗ ଭିତରେ କ’ଣ ଅଛି, ତାହା ଜଣାପଡ଼ି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।