ମାସ୍କ ନ ପିନ୍ଧିବାରୁ ଯୁବକଙ୍କୁ ପିଟିଲେ କନେଷ୍ଟବଳ, ହେଲେ ନିଲମ୍ବିତ

ଭଦ୍ରକ: ମାସ୍କ ପିନ୍ଧି ନ ଥିବାରୁ ରାସ୍ତାରେ ଜଣେ ଯୁବକଙ୍କୁ ବନ୍ତ ପୁଲିସ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହେବା ପରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ଉପରେ ମାତ୍ରାଧିକ ବଳ ପ୍ରୟୋଗ କରାଯାଇଥିବା ହେତୁ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ଅନ୍ୟପଟେ ଉକ୍ତ ଯୁବକଜଣକ ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବ୍ୟହାର କରିଥିବା ନେଇ ବନ୍ତ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ସେଥିନେଇ ତଦନ୍ତ ଚାଲିଥିବାର ବି ସୂଚନ ମିଳିଛି। ମାଡ଼ ଖାଇଥିବା ଯୁବକଙ୍କ କଥା ଜାଣିବା ପରେ ଜଣେ ସାମାଜିକ କର୍ମୀ ଏନେଇ ଟୁଇଟ୍ କରି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି।

ପୀଡ଼ିତ ଯୁବକଜଣକ ଭଦ୍ରକ ଜିଲ୍ଲାର ବନ୍ତ ଅଂଚଳର ବୋଲି ଜଣାଯାଇଛି। ଏହି ଘଟଣା କିଛି ଦିନ ତଳର ବୋଲି ଜଣାଯାଇଛି। କନଷ୍ଟେବଳଙ୍କର ଏଭଳି ପଦକ୍ଷେପକୁ ନିନ୍ଦା କରାଯାଇଛି।