ପ୍ରେମରେ ଉବୁଟୁବୁ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା, ଜନ୍ମ ଦିନର ୧୧ ଦିନ ପରେ ସାମ୍ନାକୁ ଆସିଲା ବୟଫ୍ରେଣ୍ଡ ସହ ନସପ ପସର ଫଟୋ

ମୁମ୍ବାଇ: ବଲିଉଡ ଠାରୁ କିଛି ବର୍ଷ ହେଲା ଦୂରେଇ ରହିଥିବା ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ ଏବେ ଚର୍ଚ୍ଚାକୁ ଆସିଛନ୍ତି ଜ୍ଝ ତେବେ ଏଥରେ ସେ ତାଙ୍କ ପର୍ସନାଲ ଲାଇଫ ଯୋଗୁଁ ଆସିଛନ୍ତି । ସୂଚନାନୁସାରେ ସୁସ୍ମିତା ଏବେ ପ୍ରେମରେ ଉବୁଟୁବୁ ହେଉଛନ୍ତି ଜ୍ଝ ତେବେ ତାଙ୍କ ଏକ କାଶ୍ମୀର ମଡେଲ ରୋମନ ସୋଲଙ୍କ ସହିତ ହୋଇଯାଇଛି ଜ୍ଝ ପୂର୍ବରୁ ଅନେକଥର ଦୁହେଁ ମିସିକି ବୁଲୁଥିବାର ନଜର ଆସିଛନ୍ତି । ନିକଟରେ ସୁସ୍ମିତା ନିଜର ୪୩ତମ ଜନ୍ମଦିନ ରୋମନ୍ ସୋଲଙ୍କ ସହ ପାଳନ କରିଛନ୍ତି । ୧୯ ନଭେମ୍ବରରେ ସୁସ୍ମିତାଙ୍କ ୪୩ ତମ ଜନ୍ମଦିନ ଥିଲା । ପାଖାପାଖି ୧୦ ଦିନ ପରେ ସୁସ୍ମିତାଙ୍କ ଜନ୍ମଦିନର ଫଟୋ ସହ ଭିଡିଓ ସାମ୍ନାକୁ ଆସିଛି ।

ଏହି ଫଟୋରେ ସୁସ୍ମିତା ତାଙ୍କ ଝିଅ ଏବଂ ବୟଫ୍ରେଣ୍ଡ ସହ ନଜର ଆସିଛନ୍ତି । ଜନ୍ମଦିନ ପାର୍ଟି ବ୍ୟତୀତ କେକ୍‌ର ଫଟୋ ମଧ୍ୟ ନଜର ଆସିଛି । ଏହାସହ କେକ୍‌ରେ ଲେଖାହୋଇଥିଲା, ‘ହାପି ବଥ୍‌ଡେ ସୁଇଟ୍ ୧୬’ । ସେପଟେ ଏସବୁର ଫଟୋ ସୁସ୍ମିତା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ଏକ ଫଟୋରେ ସୁସ୍ମିତା ମା’ ଶୁଭ୍ରାଙ୍କ କୋଳରେ ବସିଥିବା ନଜର ଆସିଛନ୍ତି । ଏହାସହ ଅନ୍ୟସବୁ ଫଟୋରେ ସୁସ୍ମିତା ବୟଫ୍ରେଣ୍ଡଙ୍କ ସହ ନଜର ଆସୁଛନ୍ତି । କେକ୍‌ରେ ରୋମନ୍ ଏବଂ ସୁସ୍ମିତାଙ୍କ ଫଟୋ ତିଆରି ହୋଇଥିଲା । ଏହି ଫଟୋ ରୋମନ୍ ସୁସ୍ମିତାଙ୍କ ଜନ୍ମଦିନ ଅବସରରେ ନିଜ ସୋସିଆଲ ଆକାଉଣ୍ଟରୁ ସେୟାର କରିଛନ୍ତି । ଏହାସହ ଲେଖାହୋଇଥିଲା ‘ହାପି ବଥ୍‌ଡେ ମାଇ ଲଭ’ । ତେବେ ସୂଚନାନୁସାରେ, ଏହି ଯୋଡି ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।