ଡିଜିଟାଲ ପ୍ଲାଟଫର୍ମରେ ଜଲୱା ଦେଖାଇବେ ସୁସ୍ମିତା

ମୁମ୍ବାଇ: ଫେମସ ଅଭିନେତ୍ରୀ ସୁସ୍ମିତା ସେନ ଦୀର୍ଘ ସମୟରୁ ଫିଲ୍ମ ଜଗତଠୁ ଦୂରେଇ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ସେ ସବୁବେଳେ ସକ୍ରିୟ। ଫିଲ୍ମଠୁ ଅଧିକ ସେ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ତାଙ୍କ ଫ୍ୟାନ୍ସ । ଆଜ୍ଞା ହଁ, ୪୪ ବର୍ଷ ବୟସରେ ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି ସେ ।

ସେ ଖୁବଶୀଘ୍ର ଆମାଜନ ପ୍ରାଇମ ଭିଡିଓର ସିରିଜ ‘ଆର୍ଯ୍ୟା’ରେ ଅଭିନୟ କରୁଥିବାର ଦେଖାଯିବେ । ଏହି ଶୋର କାହାଣୀ ରାଜସ୍ଥାନର ପୃଷ୍ଠଭୂମିକୁ ନେଇ ଆଧାରିତ । ଶୋରେ ସେ ମୁଖ୍ୟ ଭୂମିକାରେ ଅଛନ୍ତି । ତାଙ୍କ ଭୂମିକାର ନା ‘ଆର୍ଯ୍ୟା’ ମଧ୍ୟ ରଖାଯାଇଛି।

ପ୍ରକାଶ ଥାଉକି କିଛି ମାସ ପୂର୍ବରୁ ଏକ କଥାବାର୍ତା କାର୍ଯ୍ୟକ୍ରମରେ ସୁସ୍ମିତା ଡିଜିଟାଲ ଶୋ ଉପରେ ପଚରା ଯାଇଥିବା ପ୍ରଶ୍ନ ଉପରେ କହିଥିଲେ ସେ ଡିଜିଟାଲ ଦୁନିଆକୁ ଖୁବ୍ ପସନ୍ଦ କରନ୍ତି । ପରିଶେଷରେ କଂଟେଟ୍ କୁ ପ୍ରାଥମିକତା ମିଳିବା ଆରମ୍ଭ ହୋଇଯାଇଛି । ଯେବେ ତାଙ୍କୁ ଭଲ ସ୍କ୍ରିପ୍ଟ ଅଫର ହେବ ତେବେ ସେ ଡିଜିଟାଲ ୱାର୍ଲ୍ଡର ଅଂଶ ହେବାକୁ ଚାହିଁବେ । ତାଙ୍କ ଶେଷ ହିନ୍ଦୀ ଫିଲ୍ମ ‘ନୋ ପ୍ରବ୍ଲମ’ ଥିଲା । ଯାହା ୨୦୧୦ରେ ରିଲିଜ ହୋଇଥିଲା ।