ସୁଶୀଲ ଚନ୍ଦ୍ରା ନୂତନ ନିର୍ବାଚନ କମିଶନର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିୟୁକ୍ତ କରିଛନ୍ତି

ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ହୋଇଛନ୍ତି ସୁଶୀଲ ଚନ୍ଦ୍ରା । ସୁନିଲ ଆରୋରାଙ୍କ ପଦ ସମ୍ଭାଳିବେ ସୁଶୀଲ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନୂତନ ନିର୍ବାଚନ କମିଶନର ଦାୟିତ୍ୱ ନେବା ନେଇ ସୂଚନା ମିଳିଛି । ୨୦୨୨ ମେ ୧୪ ପର୍ଯ୍ୟନ୍ତ ନିର୍ବାଚନ କମିଶନର ଭାବେ ପଦ ସମ୍ଭାଳିବେ ସୁଶୀଲ ।

ନିର୍ବାଚନ କ୍ଷେତ୍ରରେ ସୁଶୀଲ ଚନ୍ଦ୍ରାଙ୍କ ଅନେକ ଅନିଭୂତି ଓ ଅଭିଜ୍ଞତା ରହିଛି । ସୁଶୀଲ ଚନ୍ଦ୍ରା ପଦ ସମ୍ଭାଳିବା ପରେ ତାଙ୍କ ନେତୃତ୍ବରେ ମଧ୍ୟ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ୟାଉଛି । ଯଥା ଗୋଆ, ମଣିପୁର, ଉତ୍ତରାଖଣ୍ଡ ଏବଂ ପଞ୍ଜାବରେ ହେବାକୁ ଯାଉଛି ଆସନ୍ତା ବର୍ଷ ନିର୍ବାଚନ ।

ପୂର୍ବରୁ କେନ୍ଦ୍ରୀୟ କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ର ଅଧ୍ୟକ୍ଷ ଭାବେ କାର୍ଯ୍ୟକରିଛନ୍ତି ସୁଶୀଲ । ଏହାପରେ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ୧୯୮୦ ବ୍ୟାଚର ଆଇଆରଏସ (୍ରRS)ହେଉଛନ୍ତି ସୁଶୀଲ ଚନ୍ଦ୍ରା । ଆଇଆଇଟି ଋଋକିରୁ ବିଟେକ ଏବଂ ଡେରାଡୁନରୁ ଏଲଏଲବି ପାସ କରିଛନ୍ତି ସୁଶୀଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିୟୁକ୍ତ କରିଛନ୍ତି ।

sushil chandra appointed new chief election commissioner