ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ଡିଲିଂ କେସରେ ଗିରଫ ହୋଇଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଏନଡିପିସି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି ।

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ସନ୍ଦେହ ଘେରରେ ରହିଆସିଥିଲେ । ଆଉ ଡ୍ରଗ୍ସ ଡିଲିଂ କେସରେ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ବନ୍ଧୁ ସାମୁଏଲ ମିରାଣ୍ଡାଙ୍କୁ ପୂର୍ବରୁ ଏନସିବି ଗିରଫ କରିଥିଲା । ଆଉ ବୟାନରେ ସୌଭିକ ସ୍ୱୀକାର କରିଥିଲେ ଯେ ରିୟାଙ୍କ ନିର୍ଦ୍ଦେଶରେ ସାମୁଏଲ ଅଭିନେତାଙ୍କୁ ଡ୍ରଗ୍ସ ଦେଉଥିଲେ ।

ପ୍ରକାଶ ଥାଉକି ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂ ବିହାରରେ ରିୟାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଆଣି ଏଫଆଇଆର ରୁଜୁ କରିଥିଲେ । ଏହି ଏଫଆଇଆରରେ ସେ ଅଭିଯୋଗ କରିଥିଲେ ଯେ ରିୟା ତାଙ୍କ ପୁଅଙ୍କ ଠୁ କୋଟି କୋଟି ଟଙ୍କା ଲୁଟୁଥିଲେ । ମନି ଲଣ୍ଡରିଂ କେସ ବ୍ୟତୀତ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିବାର ଅଭିଯୋଗ ମଧ୍ୟ କରିଥିଲେ କେକେ ।