ବନ୍ଧା ହେଲେ ରିୟାଙ୍କ ଭାଇ ସୌଭିକ୍ ଏବଂ ମିରାଣ୍ଡା

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି । ଡ୍ରଗ୍ସ ଲିଙ୍କ ମାମଲାରେ ସୌଭିକଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ଏହା ସହିତ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରିଛି । ଶୁକ୍ରବାର ସୁଶାନ୍ତଙ୍କ ସହଯୋଗୀ ସାମୁଏଲ ମିରାଣ୍ଡା ଏବଂ ରିୟାଙ୍କ ବାସଭବନରେ ଏନସିବି ପକ୍ଷରୁ ଚଢାଉ କରାଯାଇଥିଲା । ଏହାପରେ ଏନସିବି ଉଭୟ ମିରାଣ୍ଡା ଏବଂ ସୌଭିକଙ୍କୁ ଅଟକ ରଖିଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ଏହାପରେ ହତ୍ୟା ଅଭିଯୋଗ ସହିତ ଡ୍ରଗ୍ସ ଲିଙ୍କ ସମ୍ମୁଖକୁ ଆସିଥିଲା । ଅନେକ ଚାଟ ସମ୍ମୁଖକୁ ଆସିବା ପରେ ଏନସିବି ପକ୍ଷରୁ ମାମଲାର ତଦନ୍ତ କରାଯାଇ ଏହି ଗିରଫ କରାଯାଇଛି ।