ଭୁବନେଶ୍ୱର: ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ଟୁଇଟ୍ କରି ନିଜେ ସୂଚନା ଦେଇଛନ୍ତି ସୁଶାନ୍ତ ସିଂହ ।
I have tested positive for Corona and I am stable now. Those who have came in contact with me recently are requested to stay isolated and get tested.
— Susanta Singh (@SusantaSingh11) August 17, 2020
ଶ୍ରୀ ସିଂହ ନିଜ ଟୁଇଟରେ ଲେଖିଛନ୍ତି ‘ ମୁଁ କରୋନା ପଜିଟିଭ୍ ହୋଇଛି ଏବଂ ସୁସ୍ଥ ଅଛି। ଯେଉଁମାନେ ନିକଟରେ ମୋ ସଂପର୍କରେ ଆସିଛନ୍ତି, ସେମାନେ ଆଇସୋଲେସନରେ ରହନ୍ତୁ ଏବଂ ପରୀକ୍ଷା କରାଇ ନେବାକୁ ଅନୁରୋଧ କରୁଛି।’ ସୁଶାନ୍ତ ସିଂହ ହେଉଛନ୍ତି ରାଜ୍ୟର ପ୍ରଥମ ମନ୍ତ୍ରୀ, ଯିଏକି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟର ୫ଜଣ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିପୂର୍ବରୁ ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ରେମୁଣା, କଟକ ଜିଲ୍ଲାର ସାଲେପୁର, ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାଧୀନ ଅଛନ୍ତି।