ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡରୁ ଏକ ଦୁଃଖଦ ଖବର ଆସିଛି। ଜଣାଶୁଣା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆତ୍ମହତ୍ୟା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ମୁମ୍ବାଇ ପୁଲିସ ତାଙ୍କ ଘରେ ତଦନ୍ତ ପାଇଁ ପହଁଚିଥିବା ଜଣା ପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୪ବର୍ଷ ହୋଇଥିଲା । ମିଳିଥିବା ସୂଚନା ମୁତାବକ, ତାଙ୍କ ଘରେ କାମ କରୁଥିବା ଗୃହ ସହାୟକ ପ୍ରଥମେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ସୂଚନା ଦେଇଥିଲେ ।