ଆଜି ମୁମ୍ବାଇରେ ହେବ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ଆଜି ମୁମ୍ବାଇରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ତାଙ୍କ ପରିବାର ଲୋକ ପାଟନାରୁ ମୁମ୍ବାଇ ଆସିଛନ୍ତି।

ତାଙ୍କ ଭଉଣି, ଭିଣେଇ ମୁମ୍ବାଇରେ ପହଞ୍ଚି ସାରଥିବା ବେଳେ ତାଙ୍କ ବାପା, ଭାଇ ଭାଉଜ ଆଉ କିଛି ସମୟ ମଧ୍ୟରେ ମୁମ୍ବାଇରେ ପହଞ୍ଚିବାକୁ ଯାଉଛନ୍ତି। ଅପରାହ୍‌ଣ ୪ଟା ବେଳେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

ରବିବାର ନିଜ ମୁମ୍ବାଇସ୍ଥିତ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ ସୁଶାନ୍ତ। ଏହି ଖବର ବଲିଉଡଠାରୁ ଆରମ୍ଭ କରି ଦେଶବ୍ୟାପୀ ତାଙ୍କର ସମସ୍ତ ଫ୍ୟାନମାନଙ୍କୁ ସ୍ତବ୍ଧ କରିଦେଇଛି। ମୃତ୍ୟୁ ବେଳକୁ ସୁଶାନ୍ତଙ୍କ ବୟସ ମାତ୍ର ୩୪ ବର୍ଷ ଥିଲା।