ଗଞ୍ଜାମରେ ଲାଗୁ ହେଲା ସଟ୍ ଡାଉନ୍

ବ୍ରହ୍ମପୁର: ଭୁବନେଶ୍ୱର, କଟକ ଓ ଭଦ୍ରକ ପରେ ଗଞ୍ଜାମରେ ମଧ୍ୟ ସଟ୍ ଡାଉନ୍ ଲାଗୁ କରାଯାଇଛି । ଦିନ ୧୨ଟାରୁ ସକାଳ ୭ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ତେବେ କେତେ ଦିନ ଧରି ଏହି ସଟଡାଉନ ରହିବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏହି ସଟ ଡାଉନ ଆଜିଠାରୁ ଜାରି କରାଯାଇଥିବାବେଳେ କିଛି ନିୟମ ରଖାଯାଇଛି । ସଟଡାଉନ ସମୟରେ କୌଣସି ବାଇକ ରାସ୍ତାରେ ଯାତାୟତ ମନା କରାଯାଇଥିବାବେଳେ ପନିପରିବା ଦୋକାନ ଓ ରାସନ ଦୋକାନକୁ ବିକେନ୍ଦ୍ରୀକରଣ କରାଯିବ ।

ଉଭୟ ପରିବା ଓ ରାସନ ସାମଗ୍ରୀ ଶତ ପ୍ରତିଶତ ଡୋର ଟୁ ଡୋର ଡେଲିଭରି ହେବ । ସେହିପରି ଯିଏ ବି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ ସେମାନେ ଚାଲି ଚାଲି ଯାଇ କିଣିବେ । ସବୁ ମେଡ଼ିସିନ ଷ୍ଟୋର ଖୋଲିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ୧୦୦ ମିଟରରେ ଗୋଟିଏ ମେଡ଼ିସିନ ଦୋକାନ ଖୋଲାରହିବ ।

ମେଡିକାଲ ଓପିଡ଼ି ବନ୍ଦ ରଖାଯାଇଥିବାବେଳେ ଯାହାକୁ ଡାକ୍ତରୀ ପରାମର୍ଶ ଆବଶ୍ୟକ ସେମାନେ ପ୍ରଶାସନ ପକ୍ଷରୁ ଜାରି ଟେଲିଫୋନ ନମ୍ବରରୁ ଡାକ୍ତରୀ ସହାୟତା ପାଇପାରିବେ । ସମସ୍ତ ଘରୋଇ ମେଡିକାଲକୁ କୋଭିଡ ୧୯ ରୋଗୀଙ୍କ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବିଶେଷ କରି ସରକାରୀ ନିର୍ଦ୍ଦେଶ ଉଲଙ୍ଘନ କରି ଯେଉଁ ବରିଷ୍ଠ ନାଗରିକମାନେ ଯାଉଛନ୍ତି ସେମାନଙ୍କୁ ସରକରୀ କ୍ୱାରେନଂଟାଇନ୍ ରେ ରଖାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ସେହିପରି ଯେଉଁମାନେ ଅମାନିଆ ଭାବେ ବାହାରେ ବୁଲୁଛନ୍ତି ଅବା କ୍ୱାରେନଂଟାଇନ୍ ନିୟମ ଭାଙ୍ଗୁଛନ୍ତି ସେମାନଙ୍କୁ ସରକାରୀ କ୍ୱାରେନଂଟାଇନ୍ ରେ ରଖାଯିବ ବୋଲି ଜଣାପଡିଛି ।