ଭଡ଼ାରେ ଗର୍ଭଧାରଣ ଉପରେ ଲାଗିବ ରୋକ୍

ନୂଆଦିଲ୍ଲୀ :  ଲୋକସଭାରେ ପାଶ୍ ହେଲା ସରୋଗାସୀ ରେଗୁଲେସନ ବିଲ୍‌ ।ଏହାଦ୍ବାରା ଭଡ଼ାରେ ଗର୍ଭଧାରଣ ଉପରେ ଲାଗିବ ରୋକ୍‌ ।ତେବେ ଲୋକସଭାରେ ଏହି ବିଲ୍‌କୁ ନେଇ ବେଶ୍ ବିତର୍କ ହୋଇଥିଲା ।ଏଥିଯୋଗୁଁ ଗୃହରେ ବାରମ୍ବାର ହଟ୍ଟଗୋଳ ମଧ୍ୟ ହୋଇଥିଲା ।ତେବେ ଶେଷରେ ବାଚନିକ ଭୋଟ୍‌ରେ ଏହି ସରୋଗାସୀ ବିଲ୍‌ ପାଶ୍‌ ହୋଇଛି ।ଏହି ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଯେଉଁ ଦଂପତ୍ତିଙ୍କର ସନ୍ତାନ ଜନ୍ମ ଦେବାର ଦକ୍ଷତା ନଥିବା କେବଳ ସେହିମାନେ ହିଁ ସରୋଗାସୀ ବା ଭଡ଼ାରେ ଗର୍ଭଧାରଣ କରିପାରିବେ ।ଏଥିପାଇଁ ଗର୍ଭଧାରଣ କରୁଥିବା ମହିଳା ଓ ସନ୍ତାନ ଚାହୁଁଥିବା ଦଂପତ୍ତି ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କର ଅନୁମତି ନେବେ ।ସରୋଗେଟ୍‌ ମଦର୍‌ ଏହି ଦଂପତ୍ତିଙ୍କର ନିକଟ ସଂପର୍କୀୟ ହୋଇଥିବା ଆବଶ୍ୟକ ।ବିଲ୍‌ରେ ଥିବା ବ୍ୟବସ୍ଥା ଅନୁସାରେ ଜାତୀୟ ସରୋଗାସୀ ବୋର୍ଡ ଗଠନ ପାଇଁ ବ୍ୟବସ୍ଥା ରହିଛି ।ରାଜ୍ୟସ୍ତରରେ ସରୋଗାସୀ ବୋର୍ଡ ଏବଂ ଏଥିପାଇଁ ଆଇନ ପ୍ରଣୟନ କରିବାକୁ ଆବଶ୍ୟକ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି ।

 

ମୋଦୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ରାଫେଲ୍ ଆବେଦନ ଖାରଜ