ଗଠନ ହେଲା ସର୍ଜିକାଲ ଷ୍ଟ୍ରାଇକ୍‌ ସ୍ପେଶାଲ ଫୋର୍ସ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ଯେ କୌଣସି ପ୍ରକାର ଆହ୍ଵାନକୁ ସମ୍ମୁଖୀନ କରିବା ସହ ନିୟମିତ ବ୍ୟବଧାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ଏବଂ ଗୁପ୍ତ ମିଶନକୁ ସାକାର କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌...

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ଯେ କୌଣସି ପ୍ରକାର ଆହ୍ଵାନକୁ ସମ୍ମୁଖୀନ କରିବା ସହ ନିୟମିତ ବ୍ୟବଧାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ଏବଂ ଗୁପ୍ତ ମିଶନକୁ ସାକାର କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ ସ୍ପେଶାଲ ଫୋର୍ସ ନାମରେ ଏକ ନୂତନ ବାହିନୀ ଗଠନ କରାଯାଉଛି। ଗଠିତ ହେବାକୁ ଥିବା ଏହି ନୂତନ ବାହିନୀରେ ସେନାର ତିନି ବାହିନୀ- ସ୍ଥଳସେନା, ବାୟୁସେନା, ନୌସେନା-ର ବଛାବଛା କମାଣ୍ଡୋମାନଙ୍କୁ ନିଆଯିବା ସହ ପାରାକମାଣ୍ଡୋମାନଙ୍କୁ ମଧ୍ୟ ଏହି ସ୍ୱତନ୍ତ୍ର ବିହିନୀରେ ନିଯୁକ୍ତ କରାଯିବ। ଏଥିସହ ଏହି ସ୍ୱତନ୍ତ୍ର ବାହିନୀର ନେତୃତ୍ୱ ନେବାପାଇଁ ଲେଫ୍ଟନାଣ୍ଟ ମେଜର ଜେନେରାଲ ର‍୍ୟାଙ୍କ୍‌ର ଜଣେ ସେନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ଏହି ସ୍ୱତନ୍ତ୍ର ବାହିନୀ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏବଂ ନିଯୁକ୍ତି ପ୍ରକ୍ରିୟାକୁ ଖୁବ୍‌ଶୀଘ୍ର ଶେଷ କରାଯିବା ପରେ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଭିନ୍ନ ପ୍ରକାରର ମିଶନ ପାଇଁ ଏହି ସ୍ୱତନ୍ତ୍ର ବାହିନୀକୁ କେବଳ ମାତ୍ର ଦେଶ ଭିତରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ମୁତୟନ କରାଯିବ। ଏବଂ ଏହି ବାହିନୀର ମୁତୟନ ଓ କାର୍ଯ୍ୟ ସଂପର୍କିତ ସମସ୍ତ ତଥ୍ୟ ସଂପୂର୍ଣ୍ଣ ରୂପେ ଗୋପନ ରଖାଯିବ। ବିଶେଷ କରି ଦେଶର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଯେତେବେଳେ ଦେଶର ସୁରକ୍ଷାକୁ ବିପନ୍ନ କରିବା ଲକ୍ଷ୍ୟରେ ଗୋପନ କାର୍ଯ୍ୟକ୍ରମ କରୁଥିବେ ସେତେବେଳେ ଏହି ସ୍ୱତନ୍ତ୍ର ବାହିନୀ ସେମାନଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସେମାନଙ୍କ ଏହି ଯୋଜନାକୁ ପଣ୍ଡ କରିବେ।

Spread the love
Categories
ଦେଶ-ବିଦେଶ

RELATED BY

  • ବିଧାୟକଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ଜଣେ ମୃତ

    ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜ୍ୟରାଜେଶ୍ବରୀ ନଗରରେ କଂଗ୍ରେସ ବିଧାୟକଙ୍କ ଘର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ରବିବାର...
  • ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଯାତ୍ରା ଶେଷ କରିବା ପରେ ଆଜି ସକାଳ ୧୦ଟାରେ ବଦ୍ରିନାଥରେ ପହଂଚିଥିଲେ ।ସେ କେଦାରନାଥର ଗୁମ୍ଫାରେ ପ୍ରାୟ ୧୭ ଘଣ୍ଟା ରହି ଆଜି ସକାଳେ ସେଠାରୁ ବାହାରିଥିଲେ। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା...
  • ଡିୟୁଟିରେ ଥିବା ତିନି ସରକାରୀ କର୍ମଚାରୀ ମୃତ

    ଶିମ୍‌ଲା: ନିର୍ବାଚନ ଡିୟୁଟି କରୁଥିବା ସମୟରେ ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ କାରଣରୁ ତିନି ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟର ଜଣେ ନିର୍ବାଚନ କର୍ମଚାରୀ କହିଛନ୍ତି। ମୃତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜନଜାତି ଅଧ୍ୟୁଷିତ କିନ୍ନୌର...
  • ପଶ୍ଚିମ ଓ ଦକ୍ଷିଣ ଭାରତର ୬ ରାଜ୍ୟରେ ମରୁଡ଼ି ଆଶଙ୍କା

    ନୂଆଦିଲ୍ଲୀ: ସମ୍ଭାବ୍ୟ ମରୁଡ଼ି ଆଶଙ୍କାରେ କେନ୍ଦ୍ର ସରକାର ୬ଟି ରାଜ୍ୟକୁ ପରାମର୍ଶବଳୀ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ଜଳସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଇବା ପରିପ୍ରେକ୍ଷୀରେ ଏଭଳି ପରାମର୍ଶବଳୀ ଜାରି କରାଯାଇଛି। କେନ୍ଦ୍ର ଜଳ ଆୟୋଗଙ୍କ ପକ୍ଷରୁ ସଦସ୍ୟ ଏସ୍‌.କେ...