ଆଇପିଏଲରୁ ଓହରିଲେ ସୁରେଶ ରାଇନା

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସର ଫ୍ୟାନ୍ସଙ୍କୁ ଆଉ ଏକ ଝଟକା । ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ୟୁଏଇରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସିଇଓ କେ ଏସ ବିଶ୍ୱନାଥନଙ୍କ ତରଫରୁ ସିଏସକେ ନିଜର ଟୁଇଟ ର ପେଜରେ ପୋଷ୍ଟ କରି ଏହାର ସୂଚନା ଦେଇଛି ।

ଟ୍ବିଟରେ ଉଲ୍ଲେଖ ରହିଛି ଯେ, ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଆଇପିଏଲର ୧୩ ତମ ସଂସ୍କରଣରେ ଉପସ୍ଥିତ ରହିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ ଏହି ସମୟରେ ସୁରେଶ ଓ ତାଙ୍କ ପରିବାରର ସହ ରହିଛି ।

ଶୁକ୍ରବାରର ଏକ ରିପୋର୍ଟ ଅନୁଯାୟୀ, ୧୨ ଜଣ ସିଏସକେ ଟିମ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଖେଳାଳି, କୋଚିଂ ଏବଂ ସପୋର୍ଟ ଷ୍ଟାଫ ରହିଥିବା ସୂଚନା ମିଳିଛି ।