ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଆଉ ଜଣେ ଲୋକପ୍ରିୟ ଭାରତୀୟ କ୍ରିକେଟ ତାରକା ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଧୋନୀଙ୍କୁ ସମ୍ବୋଧନ କରି ସେ ଲେଖିଛନ୍ତି, ତୁମ ସହ ଖେଳିବା ଗର୍ବ ଓ ଆନନ୍ଦର ବିଷୟ ଥିଲା । ଏହି (ଅବସର) ଯାତ୍ରାରେ ମୁୁଁ ତୁମ ସହ ଯୋଗ ଦେଉଛି ।

ରୈନା ୨୦୦୫ରେ ଶ୍ରୀଲଙ୍କା ବିରୁଦ୍ଧରେ ଏକଦିବସୀୟ କ୍ୟାରିୟର ଓ ୨୦୧୦ରେ ଶ୍ରୀଲଙ୍କା ବିରୁଦ୍ଧରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୮ ଜୁଲାଇ ୧୭ରେ ସେ ଇଂଲାଣ୍ଡ ବିରୁଦ୍ଧରେ ନିଜର ଶେଷ ଏକଦିବସୀୟ ଓ ୨୦୧୫ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶେଷ ଟେଷ୍ଟ ଖେଳଥିଲେ । ସେହିପରି ୨୦୦୬ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି-୨୦ ଆରମ୍ଭ କରିଥିବା ରୈନା ୨୦୧୮, ଜୁଲାଇ ୮ରେ ଇଂଲାଣ୍ଡ ବିରୁଦ୍ଧରେ ଶେଷ ଟି-୨୦ ଖେଳିଥିଲେ ।