ରାଜନୀତିକୁ ଆସିପାରନ୍ତି ସୁରଙ୍କ ପୁଅ !

ଭୁବନେଶ୍ୱର: ଯିଏ ପିଲାଦିନରୁ ରାଜନୀତିରେ କେବେ ବି ପାଦ ଦେବନି କହୁଥିଲେ, ସେ ଏବେ ସେହି ରାସ୍ତାରେ ବାଟ ଚାଲିବାକୁ ଇଚ୍ଛା କରିଥିବା ଆଶା କରାଯାଉଛି ।

ବାପାଙ୍କ ବୟସ ହୋଇଗଲାଣି । ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତନ କରିବାର ଅଛି, ତୁମେ ଆସ । ଆମେ ନିଶ୍ଚୟ ଆସିବୁ । ଆଜି ଏହି କଥା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ତେବେ ସିଦ୍ଧାର୍ଥଙ୍କ ଏହି କଥାରୁ ଅନୁମାନ କରାଯାଉଛି ଯେ, ତାଙ୍କର ରାଜନୀତିରେ ଯୋଗ ଦେବାରେ ଯୋଜନା ଥିବା ଜଣାପଡୁଛି ।

ସୁଦୂର ଆମେରିକାରୁ ପ୍ରାୟ ଦଶ ବର୍ଷ ପରେ ଆସିଛନ୍ତି ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ ବେଳେ  ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କର ଦୁଇ ଝିଅଙ୍କ ସହିତ କଂଗ୍ରେସ ଅଫିସ୍‌ ଆସିଥିଲେ।

ସିଦ୍ଧାର୍ଥ ଆମେରିକାରେ ରୁହନ୍ତି। ସେଠାରେ ଗୋଟେ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରନ୍ତି। ତେଣୁ ତାଙ୍କର କୌଣସି ଅସୁବିଧା ନାହିଁ। ତେବେ ହଠାତ୍‌ ତାଙ୍କ କଂଗ୍ରେସର ପ୍ରତିଷ୍ଠା ଦିବସରେ କାହିଁକି ଆସିଲେ ସିଦ୍ଧାର୍ଥ।