ଦାବି ପୂରଣ ନ ହେଲେ ଆତ୍ମାହୂତି ଦେବା ନେଇ ଚେତାବନୀ ଦେଲେ ସୁର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସମ୍ପତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେଠଙ୍ଗ ଡମ୍ପିଂୟାର୍ଡକୁ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି କାର୍ଯ୍ୟକାରୀ ହେଉଁନାହିଁ । ଯଦି ଏ ସବୁ ସମସ୍ୟାର ସମାଧାନ ନ ହୁଏ, ତେବେ ୩୫ଦିନ ମଧ୍ୟରେ ଅର୍ଥାତ୍ ଜାନୁୟାରୀ ୨୭ରେ ଗାଁ ଲୋକେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଜଟଣୀ ବିଧାୟକ ସୁର ରାଉତରାୟ ନେତୃତ୍ୱରେ ଗାଁ ଲୋକମାନେ ମିଶି ଏକ ବିଶାଳ ରାଲିରେ ପ୍ରଥମେ ନବୀନ ନିବାସ ପହଂଚିବେ ଏବଂ ସେଠାରେ ଆତ୍ମାହୂତି ଦେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ନିଜେ ସୁର କରିଛନ୍ତି ।

ବିଧାୟକଙ୍କ ଅଭିଯୋଗ କରିଛନ୍ତି ଯେ, ୨୭ଟି ଗାଁ ଲୋକଙ୍କ ସ୍ଥିତିବାନ ସମ୍ପତିକୁ ୨୦୧୨ରେ ରାଜ୍ୟ ସରକାର ଜଗନ୍ନାଥ ସମ୍ପତି ଭାବେ ଦର୍ଶାଇଥିଲେ। ଏଣୁ ଗାଁ ଲୋକେ ନିଜ ଜମି ଥାଇ ବି କୌଣସି ନିର୍ମାଣ କାମ କରିପାରୁନାହାନ୍ତି । ଏପରିକି ଗାଁରେ କୌଣସି ପ୍ରକାର ସାମୁହିକ ଉନ୍ନୟନ ପ୍ରକଳ୍ପ ହୋଇପାରୁନାହିଁ । ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ସରକାର ତାହା ପାଳନ କରୁନଥିବା ସେ ଅଭିଯୋଗ କରିଛନ୍ତି ।

ଏହାବ୍ୟତୀତ ଦାରୁଠେଙ୍ଗରେ ଡମ୍ପିଂୟାର୍ଡ କରାଯାଇଥିବାରୁ ରୋଗ ବ୍ୟାପୁଥିବ ସେ କହିଛନ୍ତି । ଏଥିଯୋଗୁ ଛୋଟ ଛୁଆଙ୍କୁ ଧରି ବଂଚିବା କଷ୍ଟକର ହୋଇ ପଡ଼ିଥିବା ବେଳେ ନିଶ୍ୱାସ ନେବାରେ ମଧ୍ୟ ଲୋକେ କଷ୍ଟ ପାଉଛନ୍ତି।  ହେଲେ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଛି ପ୍ରଶାସନ।