ଭୁବନେଶ୍ୱର: ବକେୟା ବିଦ୍ୟୁତ୍ ବିଲ ପୈଠ ନ କଲେ ସେସୁ ପକ୍ଷରୁ କରାଯାଇଥିବା ବିଦ୍ୟୁତ୍ କାଟ ନିଷ୍ପତିକୁ ନେଇ ପୁନର୍ବିଚାର କରିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଚେତାବନୀ ଦେଇଥିଲେ ।
ସେ କହିଛନ୍ତି, ମୁଣ୍ଡ ଉପରେ ପିଲାମାନଙ୍କ ପରୀକ୍ଷା ରହିଛି, ତେଣୁ ‘ସେସୁ’ ଓ ସରକାର ଏ ଦିଗରେ ପୁନର୍ବିଚାର କରି ନିଷ୍ପତି ବଦଳାନ୍ତୁ । ଏଥିଲାଗି ସରକାରଙ୍କ ହାତରେ ଆଉ ମାତ୍ର ୬ ଦିନ ବାକି ରହିଛି । ତେଣୁ ଗ୍ରାମାଂଚଳରେ ବସବାସ କରୁଥିବା ଗରିବ ପରିବାରକୁ ସମୟ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । କାରଣ ଆଉ କିଛି ଦିନ ପରେ ସେମାନଙ୍କ ପିଲାମାନେ ଆଲୁଅ ସାହାରାରେ ପାଠ ପଢ଼ିବେ ଓ ପରୀକ୍ଷା ଦେବେ । ତେଣୁ ସରକାର ଓ ସେସୁ ଏ ନେଇ ପୁଣିଥରେ ତର୍ଜମା କରନ୍ତୁ ନଚେତ୍ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ସୁର ରାଉତରାୟ ।
ସୂଚନାଯୋଗ୍ୟ, ଜାନୁଆରି ୧୫ସୁଦ୍ଧା ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ବକେୟା ଅଛି ତାହା ତୁରନ୍ତ ପୈଠ ନ କଲେ ବିଦ୍ୟୁତ ସଂଯୋଗ କଟାଯିବ। ଜାନୁଆରି ୧୬ରୁ ଫେବ୍ରୁଆରି ୫ ମଧ୍ୟରେ ସେସୁର ୪୧୩ଟି ସ୍କ୍ବାଡ୍ ୧୧୩୯୭ଟି ଗାଁ ବୁଲିବୁଲି ବିଦ୍ୟୁତ୍ ବିଲ୍ ବକେୟା ଥିବା ଲୋକଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚେତାଇ ଦେଇଛନ୍ତି।