ଦିଲ୍ଲୀ ସରକାର-ଉପରାଜ୍ୟପାଳଙ୍କ ବିବାଦ: କ୍ଷମତା ଭାଗକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଦିନ ଧରି ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଗୁରୁବାର ଶେଷ ହୋଇଥିବା ଆଶା କରାଯାଉଛି । କାରଣ ସୁପ୍ରିମକୋର୍ଟ ଏହି ବିବାଦକୁ ନେଇ ନିଜର ମତ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟପାଳ ପାଖରେ ଜମି, ପୋଲିସ ଓ ଆଇନଶୃଙ୍ଖଳା ପରିଚାଳନା କରିବାର କ୍ଷମତା ରହିବ । ଏଥିସହ ଦିଲ୍ଲୀ ସରକାରଙ୍କ ପାଖରେ କାର୍ଯ୍ୟପାଳିକାର ଦାୟିତ୍ୱ ରହିବ । ସେହିପରି କେନ୍ଦ୍ର ସବିଦ୍ୟୁତ ଓ ରାଜସ୍ୱ ବିଭାଗ, ଗ୍ରେଡ୍‌ ୩ ଓ ୪ଅଫିସରଙ୍କ ବଦଳି ଓ ନିଯୁକ୍ତି, ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ଏବଂ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ନିଯୁକ୍ତି ଆଦି ଦିଲ୍ଲୀ ସରକାରଙ୍କ ଅଧୀନରେ ରହିବ। ଜଷ୍ଟିସ୍ ଏକେ ସିକ୍ରି ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଆହୁରି ମଧ୍ୟ ବିଦ୍ୟୁତ ଆଇନ ଏବଂ ଦିଲ୍ଲୀ ବିଦ୍ୟୁତ ସଂସ୍କାର ଆଇନ ବାବଦରେ କହିଥିଲେ ଦିଲ୍ଲୀ ସରକାର ପାଖରେ ହିଁ କ୍ଷମତା ରହିବ।
ଅନ୍ୟପକ୍ଷରେ କୃଷି ଜମି ସମ୍ପର୍କିତ ପ୍ରସଙ୍ଗରେ ଉପରାଜ୍ୟପାଳ କେବଳ ମତ ଦେଇପାରିବେ। ଦିଲ୍ଲୀ ସରକାରଙ୍କ ସହିତ ତାଙ୍କର ମତଭେଦ ହୋଇପାରେ। ସେ ମତଭେଦ ବାବଦରେ ରାଷ୍ଟ୍ରପତିଙ୍କୁ ଜଣାଇପାରିବେ, ଉପରାଜ୍ୟପାଳଙ୍କ ବିନା ପରାମର୍ଶରେ ନିଷ୍ପତ୍ତି ନିଆଯାଇପାରିବନି।ପକ୍ଷରେ ଆଉ ଏକ କ୍ଷମତା ମଧ୍ୟ ଦିଆଯାଇଛି ତାହା ହେଉଛି ତଦନ୍ତ ପାଇଁ କମିଶନ୍‌ ଗଠନ କରିବା।