ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ଅଦାଲତ ଅବମାନନା ମାମଲାରେ ପୁନଃବିଚାର ଆବେଦନକୁ ଖାରଜ

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଟଙ୍କା ନଫେରାଇ ଦେଶ ଛାଡ଼ି ଫେରାର୍ ହୋଇଥିବା ଲିକର ବାରୁନ୍ ବିଜୟ ମାଲ୍ୟାଙ୍କୁ ଝଟକା । ଅଦାଲତ ଅବମାନନା ମାମଲାରେ ପୁନଃବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।

ଟଙ୍କା ନେଣଦେଣ ସମ୍ପର୍କିତ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୨୭ ତାରିଖରେ ରାୟ ସଂରକ୍ଷିତ ରହିଥିଲେ କୋର୍ଟ । ମାଲ୍ୟା କୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରି ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ନିଜ ପୁଅ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ । ୪୦ ମିଲିୟନ୍ ଡଲାର୍ ଟ୍ରାନ୍ସଫର କରିଥିବା ଅଭିଯୋଗ ମାଲ୍ୟାଙ୍କ ନାଁରେ ଥିଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୁଦ୍ଧାଚରଣ ସହ ବ୍ୟାଙ୍କ ଋଣ ପରିଶୋଧ ନକରିବା ବିଜୟ ମାଲ୍ୟାଙ୍କୁ ମହଙ୍ଗା ପଡ଼ିଲା । ପୁନର୍ବିଚାର ଆବେଦନ କରିଥିଲେ । ଯାହାକୁ ଆଜି ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।