ନୂଆଦିଲ୍ଲୀ: ନାଗରିକତା ସଂଶୋଧନକୁ ନେଇ ଦେଶବ୍ୟାପି ହିଂସା ଲାଗି ରହିଥିବାବେଳେ ଆଜି ସୁପ୍ରିମକୋର୍ଟ ଏହା ଉପରେ ରିହାତିଦେଶ ଲାଗୁ କରିବାକୁ ମନା କରିଦେଇଛନ୍ତି । ଏହି ଆଇନକୁ ନେଇ ଦାଏର କରାଯାିଥିବା ୫୯ଟି ପିଟିସନ୍ ରେ ପ୍ରଥମ ଶୁଣାଣିରେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।
ମାତ୍ର ଏହା ସମ୍ବିଧାନକୁ ଉଲ୍ଲଂଘନ କରୁଛି ବୋଲି ହୋଇଥିବା ଅଭିଯୋଗର ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି। ଜାନୁଆରି ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହାର ଜବାବ ଦଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟ ସମୟ ଦେଇଛନ୍ତି।