ଖଣି ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି; ଲିଜ୍ ରଦ୍ଦ କରିପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଓଡିଶାରେ ଖଣି ଲିଜ୍ ଅଧିନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପ୍ରଥମତଃ କିଛି ଖଣି ମାଲିକଙ୍କୁ ଧାର୍ଯ୍ୟ ଠାରୁ ଅଧିକ ଖଣି ଅଂଚଳ ଖନନ ପାଇଁ ଅନୁମତି ମିଳିଥିଲା । ଯାହା ପୂର୍ବ ନିର୍ଦ୍ଧାରିତ ଠାରୁ ଖଣି ଲିଜ୍ ଠାରୁ ୧୦ ସ୍କୋୟାର କିଲୋମିଟର ଅଧିକ ରହିଥିଲା । ସେହିପରି ଦ୍ବିତୀୟତଃ ଅଧିନିୟନ ଅନୁସାରେ ରାଜ୍ୟର ବିନା ଅନୁମତିରେ କୌଣସି ଖଣି ଅଂଚଳକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ । ମାତ୍ର ଏହି ଦୁଇ ଅଧିନିୟମର ଉଲ୍ଲଙ୍ଘନ ହେଉଥିବା ସୂଚନା ରହିଛି । ପରେ ଏହି ଗମ୍ଭୀର ମୁଦ୍ଦା ଉପରେ ବିଚାର କରିବା ପାଇଁ ଜଷ୍ଟିସ ସିଙ୍ଘଭି ଓ ଜଷ୍ଟିସ ଡେଭଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠକୁ ପଠାଯାଇଛି ।

ଏହି ଶୁଣାଣି ସମୟରେ ଦୁଇ ପକ୍ଷ ଉପସ୍ଥିତ ରହିଥିଲେ । ଯଦି କୌଣସି ଖଣି ଲିଜ୍‌ଧାରୀ ଖଣି ଲିଜ୍ ଅଧିନିୟମର ଉଲ୍ଲଙ୍ଘନ ସ୍ବରୁପ ଅତିରିକ୍ତ ଖଣି ଖନନ ଅଂଚଳ ଅକ୍ତିଆର କରିଥିବ, ତେବେ ଅତିରିକ୍ତ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦିଆଯିବ ଓ ଖଣି ଲିଜ୍‌ର ଅଂଶରୁ ସେ ସମ୍ପୂର୍ଣ୍ଣ ବାଦ ପଡିବେ । ଏହାସହ ରାଜ୍ୟ ସରକାରଙ୍କ ପାଖରେ ଖଣି ଲିଜକୁ ରଦ୍ଦ କରିବା କ୍ଷମତା ରହିବ । ନିଷ୍ପକ୍ଷ ଓକିଲ ଭାବେ ଏଡିଏନ ରାଓ ଏହି ଶୁଣାଣିରେ ସାମିଲ ଥିଲେ ।