ପୁରୀ ଐତିହ୍ୟ ସଂପନ୍ନ ମଠମନ୍ଦିର ଗୁଡ଼ିକ ଭାଙ୍ଗିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପୁରୀ:ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣୀ ହୋଇଛି । ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ସେଠାରେ ଥିବା ଐତିହ୍ୟ ସଂପନ୍ନ ମଠମନ୍ଦିର ଗୁଡ଼ିକ ଭାଙ୍ଗିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ଶ୍ରୀମନ୍ଦିର ସଂସ୍କାର ମାମଲରେ ଶୁଣାଣୀ କରି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ଚତୁପାଶ୍ୱର୍ ୭୫ମିଟର ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟକୁ ଆମିକସ କ୍ୟୁରି ଏକ ରିପୋର୍ଟ ପ୍ରଦାନ କରିଥିଲେ । ତାହା ଉପରେ ଶୁଣାଣୀ କରି ଆଜି ନିଷ୍ପତି ହୋଇଛି । ଐତିହ୍ୟ ସଂପନ୍ନ ମଠମନ୍ଦିର ଗୁଡ଼ିକ ଭାଙ୍ଗିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ । ଏହା ସହ ଏହି ମାମଲାରେ ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ପୁରୀରେ ହୋଇଥିବା ଉଚ୍ଛେଦର ଷ୍ଟାଟସ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣୀ ପାଇଁ ଅକ୍ଟୋବର ୨୨ରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି ।