ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଲକ୍ଷ୍ନୌରେ ହେବ ପୀଡିତାଙ୍କ ଚିକିତ୍ସା

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଆଜି ଦ୍ୱିତୀୟ ଦିନର ଶୁଣାଣୀ କରିଛନ୍ତି । ଗତକାଲି ପୀଡିତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତରଣ କରିବାକୁ ବିଚାର କରାଯାଉଥିଲା । ତେବେ ଆଜି ପୀଡିତାଙ୍କ ସ୍ୱାସ୍ଥବସ୍ଥା ଦେଖି ଲକ୍ଷ୍ନୌରେ ତାଙ୍କର ଚିକିତ୍ସା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୋର୍ଟ କହିଛନ୍ତି କି, ପୀଡିତାଙ୍କର ଲକ୍ଷ୍ନୌରେ ଚିକିତ୍ସା କରାଯିବ । ଯଦି ପୀଡିତାଙ୍କ ପକ୍ଷରୁ ରେଜିଷ୍ଟ୍ରୀ ଆକାରରେ ସ୍ଥାନାନ୍ତରଣ ପାଇଁ କୁହାଯିବ ତେବେ ତାଙ୍କୁ ଦିଲ୍ଲୀ ଟ୍ରାନ୍ସଫର କରି ଦିଆଯିବ ।