ଆଜି ଆକାଶରେ ଦେଖାଯିବ ସୁପରମୁନ୍‌

ନୂଆଦିଲ୍ଲୀ: ଆଜି ରାତିରେ ଆକାଶରେ ଦେଖାଯିବ ସୁପରମୁନ୍ । ଆଜି ବର୍ଷର ସବୁଠାରୁ ବଡ଼ ଓ ଉଜ୍ଜ୍ୱଳ ଚନ୍ଦ୍ର ଆକାଶରେ ଦେଖିବାର ସୁଯୋଗ ମିଳି । ଜ୍ୟୋତିର୍ବିଜ୍ଞାନୀ ଅନୁଯାୟୀ, ୨୦୨୦ରେ ପୁନର୍ବାର ଏଭଳି ସୁଯୋଗ ମିଳିବ ନାହିଁ । ଏହି ସମୟ ମଧ୍ୟରେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା ସବୁଠାରୁ କମ୍ ହେବ । ପୃଥିବୀରୁ ଚନ୍ଦ୍ରର ସାଧାରଣ ଦୂରତା ହେଉଛି ୩୮୪୪୦୦ କିଲୋମିଟର । ଯେତେବେଳେ ଉଭୟଙ୍କ ମଧ୍ୟରେ ଅଧିକାଂଶ ଦୂରତା ୪୦୫୬୯୬ କିଲୋମିଟର ହୋଇଥାଏ ।

ଆଜି, ସୁପରମୁନ୍ ସମୟରେ ପୃଥିବୀ ଏବଂ ଚନ୍ଦ୍ରର ଦୂରତା ୩୫୬୯୦୦ କିଲୋମିଟରକୁ ହ୍ରାସ ପାଇବ । ସୁପରମୁନ୍ ଶବ୍ଦ ପ୍ରଥମେ ୧୯୭୯ରେ ଜ୍ୟୋତିର୍ବିଜ୍ଞାନୀ ରିଚାର୍ଡ ନୋଲଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା। ଜ୍ୟୋତିର୍ବିଜ୍ଞାନୀମାନେ ଏହାର ନାମ ‘ପେରିଜିନ୍ ପୂର୍ଣ୍ଣଚନ୍ଦ୍ର’ ରଖିଲେ ।

ରିଚାର୍ଡ ନୋଲ କହିଥିଲେ ଯେ ସୁପରମୁନ୍ ସମୟରେ ଚନ୍ଦ୍ର ପୃଥିବୀର ପାଖକୁ ଆସୁଥିବାର ଚନ୍ଦ୍ରର ୯୦ ପ୍ରତିଶତ ଦେଖାଯାଇଥାଏ । ସୁପରମୁନ ସମୟରେ ଚନ୍ଦ୍ର ସାଧାରଣ ଆକାର ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯାଏ। ଏହି ଦିନ, ଚନ୍ଦ୍ର ଆକାରରେ ପ୍ରାୟ ୧୪% ବଡ଼ ଦେଖାଯାଏ ଏବଂ ଏହାର ଉଜ୍ଜ୍ୱଳତା ପ୍ରାୟ ୩୦% ଅଧିକ ହୋଇଥାଏ । ରିପୋର୍ଟ ମୁତାବକ ଆଜି ରାତି ପ୍ରାୟ ୧୧ଟା ୩୦ ମିନିଟରେ ବିଶ୍ୱର ଅନ୍ୟ ସ୍ଥାନରେ ଦେଖାଯିବାକୁଥିବାବେଳେ ଭାରତରେ ଏପ୍ରିଲ ୮ ୮.୦୫ରେ ସୁପରମୁନକୁ ଦେଖିହେବ ।