କେନ୍ଦୁଝରର ସୁପର ସ୍ପ୍ରେଡର; ୧୩ ଜଣଙ୍କୁ କଲେ ସଂକ୍ରମିତ

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୮୩ରେ ପହଞ୍ଚିଛି ।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୧ଟି କ୍ୱାରେଣ୍ଟାଇନ୍ ସେଣ୍ଟରର ଏବଂ ୧୪ଟି ସ୍ଥାନୀୟ ମାମଲା ରହିଛି । ବାକି ୩ ଜଣ କରୋନା ଯୋଦ୍ଧା ବୋଲି ଜଣାପଡିଛି ।

ଜିଲ୍ଲା ପ୍ରଶାସନର ସୂଚନାନୁଯାୟୀ ସ୍ଥାନୀୟ କେସ୍ ମଧ୍ୟରୁ ୧୩ ଜଣ ବଡବିଲ୍ ମୁନିସିପାଲଟି ଅଞ୍ଚଳରୁ ହୋଇଥିବା ବେଳେ ସେମାନେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥଲେ । ବାକି ସ୍ଥାନୀୟ ମାମଲା କେନ୍ଦୁଝର ଅଞ୍ଚଳର ।

ଅପରପକ୍ଷରେ ବାକି ୧୧ ପଜିଟିଭଙ୍କ ମଧ୍ୟରେ ତେଲକୋଇ, ବଂଶପାଳ,ସହରପଡା ଏବଂ ହାଟଡିହିର ଅସ୍ଥାୟୀ ମେଡିକାଲ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୧୧ ସକ୍ରିୟ ମାମଲା ରହିଥିବା ବେଳେ ୨୭୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।