ସନ୍ନି ଲିଓନିଙ୍କୁ ପାଖରୁ ଦେଖିବାର ଦର ୯୬୦ ଟଙ୍କା,ଅନ ଲାଇନ ବୁକିଂରେ ଶହେ ଟଙ୍କା କମ

ନୂଆଦିଲ୍ଲୀ : ଆପଣ ବଲିଉଡର ବୋଲ୍ଡ ବିୟୁଟି ସନିଲିଓନିଙ୍କ ଫ୍ୟାନ କି ? ଆପଣ ସନ୍ନି ଲିଓନିଙ୍କୁ ପାଖରୁ ମନଭରି ଦେଖିବାକୁ ମନରେ ଇଛା ରଖିଛନ୍ତି କି ? ତେବେ ଆପଣ ମାନଙ୍କ ପାଇଁ ଖୁସି ଖବର । ଏଥିପାଇଁ ଆପଣ ମାନଙ୍କୁ ଖର୍ଚ୍ଚ କରିବାକୁ ପଡିବ ମାତ୍ର ୯୬୦ ଟଙ୍କା । ୧୮ ବର୍ଷରୁ ଉର୍ଧ ଲୋକଙ୍କ ପାଇଁ ସନ୍ନି ଲିଓନିଙ୍କୁ ପାଖର ଦେଖିବାର ଦର ରହିଛି ୯୬୦ ଟଙ୍କା । ଏଥି ଲାଗି କିନ୍ତୁ ।ପଣଙ୍କୁ ଦିଲ୍ଲୀ ଯିବାକୁ ପଡିବ । ଅନ ଲାଇନରେ ଟିକେଟ ବୁକିଂ କରି ସନ୍ନ୍ି ଲିଓନିଙ୍କୁ ଦେଖିବାର ସୁଯୋଗ ବି ରହିଛି ଏଥିରେ ଦର୧୦୦ଟଙ୍କା କମ ପଡିବ । ଅର୍ଥାତ ଅନ ଲାଇନ ବୁକିଂ କଲେ ୮୬୦ ଟଙ୍କାରେ ଆପଣ ସନ୍ନି ଲିଓନିଙ୍କୁ ପାଖରୁ ଦେଖିବାର ସୁଯୋଗ ମିଳିବ । ସନ୍ନିଙ୍କୁ ସକାଳର ୧୦ରୁ ସନ୍ଧ୍ୟା ୭ ଭିତରେ ପାଖରୁ ଦେଖିହେବ ।
କଣ ଆପଣ ଉତ୍ସାହିତ ହୋଇଗଲେଣି ନା । କଣ କଣ ଭାବି ଦେଲେଣି । ଆପଣ ଯାହା ଭାବୁଛନ୍ତି କଥା ଟା ତାହା ନୁହେଁ ।

sonny

ଆମେ କହୁଛୁ ସନ୍ନି ଲିଓନିଙ୍କ ମହମ ପ୍ରତିମା କଥା ।  କଥା ହେଲା ଦିଲ୍ଲୀସ୍ଥିତ ମାଡାମ୍‌ ତୁଷାଡ୍ସ ମ୍ୟୁଜିୟମରେ ମଙ୍ଗଳବାରଠାରୁ ସ୍ଥାନିତ ହୋଇଛି ପର୍ନଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି। ଚଳିତ ବର୍ଷ ଜାନୁୟାରୀରେ ସନ୍ନି

ଏହି ମୂର୍ତ୍ତି ପାଇଁ ଲଣ୍ଡନରୁ ଆସିଥିବା ବିଶେଷଜ୍ଞମାନଙ୍କୁ ପ୍ରାୟ ୨ଶହ ଥର ମାପ ଦେଇଥିଲେ। ଏବେ ଏହା ସମ୍ପୂର୍ଣ୍ଣ ହୋଇଛି। ମ୍ୟୁଜିୟମରେ ସନ୍ନିଙ୍କ ପ୍ରତିମୂର୍ତ୍ତି ଦେଖିବାକୁ କାଉଣ୍ଟର ବୁକିଂ କଲେ ବୟସ୍କମାନଙ୍କୁ ୯୬୦ ଟଙ୍କା ଦେବାକୁ ପଡିବ। ସେହିପରି ପିଲାମାନଙ୍କ ପାଇଁ ଏହାର ଦାମ୍‌ ରହିଛି ପ୍ରଖାପାଖି ୭ଶହ ଟଙ୍କା। ହେଲେ ଅନ୍‌ଲାଇନ୍‌ରେ ବୁକିଂ କଲେ ଶହେ ଟଙ୍କା କମ୍‌ ପଡିବ। ଏହି ମ୍ୟୁଜିୟମ ସକାଳ ୧୦ଟାରୁ ସନ୍ଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଖୋଲା ରହୁଥିବାରୁ ଜଣେ ଯେ କୌଣସି ସମୟରେ ଯାଇ ସନ୍ନି ଲିଓନଙ୍କୁ ଦେଖିପାରିବ। କେବଳ ସନ୍ନି ନୁହେଁ ଏଠି କ୍ୟାଟ୍ରିନା କେଫ୍‌, ମାଧୁରୀ ଦୀକ୍ଷିତ, ସଲମାନ୍‌ ଖାଁ, ରଣବୀର କପୁର, ଆଶା ଭୋସଲେ, ପୂର୍ବତନ କିକ୍ରେଟର ସଚ୍ଚିନ ତେନ୍ଦୁଲକର, ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନିତ ହୋଇଛି।