ରୋଡ ଶୋ ବେଳେ ସନି ଦେଓଲଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଅମୃତସର : ପଞ୍ଜାବର ଗୁରଦାସପୁର ଆସନର ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲ ସେମାବାର ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅମୃତସର-ଗୁରୁଦାସପୁର ଜାତୀୟ ରାଜପଥରେ ସନି ଦେଓଲ ଏକ ରୋଡ ଶୋ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସନି ଦେଓଲ ପ୍ରଚାର ପାଇଁ ଯାଉଥିବା ଗାଡିର ଚକା ହଠାତ୍ ପମ୍ପଚର ହୋଇଯାଇଥିଲା । ଫଳରେ ପଛରେ ଆସୁଥିବା ଅନ୍ୟ ଦୁଇ-ତିନୋଟି ଗାଡି ମଧ୍ୟ ପରସ୍ପର ମଧ୍ୟରେ ଧକ୍କା ଖାଇଥିଲା। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସନି ଦେଓଲ ସୁରକ୍ଷିତ ଥିବା ଜଣାପଡିଛି ।