ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀୟ ରାୟ

କଟକ: ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ । ଦାୟିତ୍ୱ ନେବା ପରେ ଟ୍ରାନ୍ସପରେନ୍ସି ଓ ଟାଇମ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । 

ସୂଚନାନୁସାରେ, ସୁନୀଲ ରାୟ କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ବିଦ୍ଧିବଦ୍ଧ ଭାବେ ଆଜି ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେବା ପରେ ସୁନୀୟ ରାୟ ପ୍ରତିକ୍ରିୟା ଦେଇଛନ୍ତି ଯେ, ଟ୍ରାନ୍ସପରେନ୍ସି ଓ ଟାଇମ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କ ସେବା ଯୋଗାଇ ଦିଆଯିବ । ଅଗ୍ନିଶମ ବିଭାଗରେ ସ୍ୱଚ୍ଛତା ଆଣିବାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଅଗ୍ନିଶମ ଡିଜି ସୁନୀଲ ରାୟ କହିଛନ୍ତି ।

୧୯୮୭ ବ୍ୟାଚର ଆଇପିଏସ ଅଧିକାରୀ ସୁନୀଲ ରାୟ । ପୂର୍ବରୁ ସେ ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ ।