ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା କଂଟେନମେଂଟ ଜୋନ୍‌

ଭୁବନେଶ୍ୱର: ଭୁବନେଶ୍ୱରର କପିଳଦେବ ଅଂଚଳରେ ଜଣେ କରୋନା ଚିହ୍ନଟ ହେବା ପରେ ସୁନ୍ଦରପଦା ଓ ଯଦୁପରକୁ କଂଟେନମେଂଟ ଭୋନ ଭାବେ ଘୋଷଣା କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସମସ୍ତଙ୍କ ରିପୋଟ୍‌ ନେଗେଟିଭ୍‌ ଆସିଥିବାରୁ ଆଜିଠାରୁ ଏହି ଦୁଇ ଅଂଚଳରୁ କଂଟେନମେଂଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଗତ ୫ ତାରିଖରେ କପିଳପ୍ରସାଦ ଅଂଚଳରେ ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ସେ ଅଷ୍ଟ୍ରେଲିଆ ଫେରି ହୋମ୍‌ କ୍ୱାରେଂଟାଇନ୍ ‌ ରେ ରହିଥିଲେ। ୫ ତାରିଖରେ ତାଙ୍କର ରକ୍ତ ନମୂନାରେ ପଜିଟିଭ ଆସିଥିଲା। ତା’ପରେ ତାଙ୍କୁ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହା ପରେ ବିଏମ୍‌ସି ସୁନ୍ଦରପଦା ଅଂଚଳକୁ ସିଲ୍‌ କରିଥିଲା। ଏପରିକି ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକ ଯଦୁପୁରରେ ରହିଥିବା ସନ୍ଦେହରେ ବିଏମ୍‌ସି ଉକ୍ତ ଅଂଚଳକୁ କଂଟେନମେଂଟ‌ ଜୋନ୍‌ ଭାବେ ଘୋଷଣା କରିଥିଲା।