ରବିବାର ଖୋଲା ରହିବ ସବୁ ଜିଲ୍ଲାର ସରକାରୀ ଅଫିସ, କର୍ମଚାରୀଙ୍କ ଛୁଟି ବାତିଲ,ହେଡକ୍ବାଟର ନଛାଡିବାକୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ ଲଗାଣ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ରବିବାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ସବୁ ସରକାରୀ ଅଫିସ ଖୋଲାନେଇ ସୂଚନା ଦେିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନ । ରାଜ୍ୟର ସବୁ ଜିଲ୍ଲାର ସରକାରୀ ୍ଫିସ ଖୋଲା ରହିବ । ରବିବାର ସତ୍ବେ ଅଫିସ ଖୋଲା ରଖିବାକୁ ନିର୍ଦେଶ ଦେିଛନ୍ତି ସରକାର । ସବୁ କର୍ମଚାରୀ ଅନ୍ୟ ଦିନ ଭଳି ରବିବାର ଅଫିସ ଆସିବେ । ଏଥିସହ ସେମାନଙ୍କୁ ବିନା କାରଣରେ ହେଡକ୍ବାଟର ନଛାଡିବାକୁ ନିଦ୍ଦେଶ ରହିଛି । ସାମ୍ଭାବ୍ୟ ବନ୍ୟା ସ୍ଥିତି ଓ ଲଗାଣ ବର୍ଷାର ସ୍ଥିତି ମୁକାବିଲା ଲାଗି ଏପରି ନିଷ୍ପତି ନେଇଛନ୍ତି ରାଜ୍ୟସରକାର ।