ଶେଷରେ ଧରାହେଲା ସାତକୋଶିଆର ସୁନ୍ଦରୀ,ଟ୍ରାଙ୍କୁଲାଇଜ କଲା ସ୍ୱତନ୍ତ୍ର ଟିମ

ଅନୁଗୁଳ: ‘ସୁନ୍ଦରୀ’ ଶେଷରେ ଧରାପଡ଼ିଛି । ସୁନ୍ଦରୀ ବାଘୁଣିକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନ ବିଭାଗ । ସାତକୋଶିଆର ମଝିପଡ଼ା ଜଙ୍ଗଲରେ ହାତୀ ପିଠିରୁ ବନବିଭାଗର ନିଶ୍ଚେତକମାନେ ବାଘୁଣୀକୁ କରିବାରେ ସଫଳ ହୋଇଛନ୍ତି।
ବନବିଭାଗର ବିଶେଷଜ୍ଞଙ୍କ ନିଶ୍ଚେତକ ଗୁଳି(ଡାର୍ଟ)ରେ ଅଚେତ ହୋଇପଡ଼ିଛି ବାଘୁଣୀ ‘ସୁନ୍ଦରୀ’ । ସାତକୋଶିଆର ମଝିପଡ଼ା ଜଙ୍ଗଲରେ ଆଜି ହାତୀ ପିଠିରୁ ବନବିଭାଗର ନିଶ୍ଚେତକମାନେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛନ୍ତି। ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ତାକୁ ଯନ୍ତାରେ ପୁରାଇବା ପାଇଁ ଉଦ୍ୟମ ଚାଲିଛି । ତେବେ ଧରାପଡ଼ିଥିବା ଏହି ବାଘୁଣୀକୁ ନନ୍ଦନକାନନକୁ ଅଣାଯିବ ବୋଲି ନୀତିଗତ ନିଷ୍ପତ୍ତି ହୋଇଥିିବା ଜଣାପଡ଼ିଛି।

ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ସାତିକୋଶିଆରେ ଛଡ଼ାଯାଇଥିିବା ବାଘୁଣୀ ସୁନ୍ଦରୀ ସାତକୋଶିଆର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଲୋକଙ୍କୁ ମାରିବା ପରେ ଏ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ ବୃଦ୍ଧି ପାଇଥିଲା। ତେଣୁ ‘ସୁନ୍ଦରୀ’କୁ ଧରିବା ପାଇଁ ଗତ ଅକ୍ଟୋବର ମାସରୁ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସବୁଥର ବନବିଭାଗକୁ ଚକ୍‌ମା ଦେଖାଇ ସୁନ୍ଦରୀ ଖସି ଯାଉଥିଲା ଏଥିପାଇଁ ମଧ୍ୟପ୍ରଦେଶରୁ ବିଶେଷଜ୍ଞମାନେ ଆସିଥି.ଲେ ମଧ୍ୟ ସେମାନେ ବି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇପାରି ନ ଥିଲେ। ଶେଷରେ କୁମ୍‌କୀ ହାତୀ ଯଶୋଦାକୁ ନେଇ ବାଘୁଣୀକୁ ସାମ୍‌ନା କରିବାକୁ ବାହାରିଥିଲେ ବିଶେଷଜ୍ଞମାନେ।