ଦେଖିବ ଆସ ସୁନ୍ଦରୀ ଖୋଜୁଛି ମଣିଷ ମାଂସ

ଅନୁଗୋଳ : ସୁନ୍ଦରୀ ପାଇଁ ଥିଲା ରାଣୀ ପରି ଆଦର । ହେଲେ ସୁନ୍ଦରୀ ଏମିତି ହେବ, ମଣିଷ ମାରିବ ତାହା କେହି କେବେ ଭାବି ନଥିଲେ । ହେଲେ ଏବେ ସୁନ୍ଦରୀ ପାଟିରେ ଲାଗିଛି ମଣିଷ ରକ୍ତ କଞ୍ଚା ମାଂସ ଖୋଜୁଛି ସୁନ୍ଦରୀ । ଏହାକୁ ନେଇ ପୁରା ଞ୍ଚଳରେ କୋକୁଆ ଭୟ । ଲୋକେ ଦିନରେ ବି ଘରୁ ବାହାରିବାକୁ ଭୟ କରୁଛନ୍ତି ।

ସୁନ୍ଦରୀ ପାଇଁ ସାତକୋଶିଆରେ ନିଆଁ । ରାସ୍ତାରେ ଲୋକେ । ମହାବଳ ବାଘୁଣୀ ମଣିଷ ମାରି ଖାଇବା ପରେ ସାତକୋଶିଆ ଅଭୟାରଣ୍ୟରେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି । ମୃତଦେହ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି । ୪ଟି ସ୍ଥାନରେ ପୋଡ଼ାଜଳା କରି ରାସ୍ତାରୋକ କରିଛନ୍ତି । ଆଉ ଦାବି କରିଇଛନ୍ତି ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ତୁରନ୍ତ ବାଘୁଣୀର ଅନ୍ୟତ୍ର ସ୍ଥାନାନ୍ତର ।

ସୁନ୍ଦରୀ କରିଛି କାଣ୍ଡ । ଜଳୁଛି । ମହାବଳ ବାଘୁଣୀ ସୁନ୍ଦରୀ ମଣିଷ ମାରି ଖାଇଛି । କୈଳାସୀ ସଏଙ୍କ ମୃତଦେହରେ  ପିଠି ଯାକ ବାଘର ନଖ ଚିହ୍ନ ରହିଛି । ବେକ ଫୁଟାଇ ରକ୍ତ ଶୋସି ଦେଇଥିବା ବେଳେ ଅଣ୍ଟା ପାଖରୁ ପୁଳାଏ କାମୁଡ଼ି ଖାଇ ଦେଇଛି ବାଘୁଣୀ ସୁନ୍ଦରୀ । ମୃତଦେହ କହୁଛି, ବାଘୁଣୀ କେମିତି କିଲିବିଲି କରି ମାରିଛି ।

ପରେ ସାତକୋଶିଆ ଅଭୟାରଣ୍ୟରେ ଏଭଳି ସ୍ଥିତି । ଗତକାଲି ହାତୀବାରି ଫରେଷ୍ଟ ବିଟ୍ ହାଉସ୍, ଟିକରପଡ଼ା ରେଞ୍ଜ ହାଉସ୍ ଏବଂ ବୋଟ୍ ପୋଡ଼ାଜଳା କରିଥିବା ଲୋକେ ଆଜି କରିଛନ୍ତି ଜୋରଦାର୍ ଆନ୍ଦୋଳନ । କୈଳାସୀ ସଏଙ୍କ ମୃତଦେହକୁ ରାସ୍ତା ମଝିରେ ରଖି ଗର୍ଜିଛନ୍ତି । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ତୁରନ୍ତ ବାଘୁଣୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଲୋକେ ।

ସୁନ୍ଦରୀ ଭୟରେ ଗାଁ ଗଣ୍ଡା ଖାଁ ଖାଁ । ଘରେ ତାଟି କବାଟ ପକାଇ ଦେଇ ଲୋକେ ରାସ୍ତାରେ । ତରଭା, ଜଗନ୍ନାଥପୁର, ହାତୀବାରି ପମ୍ପାସର, ଟିକରପଡ଼ା ଗାଁର ଶହ ଶହ ଲୋକ ହାତୀବାରି ମୁଖ୍ୟ ରାସ୍ତା, ପମ୍ପସର ଗେଟ୍, ଜଗନ୍ନାଥପୁର ଗାଁ ନିକଟ ତରଭା ରାସ୍ତାରେ ଗଛ ପକାଇ ଟାୟାର ଜାଳି ବିକ୍ଷୋଭ କରିଛନ୍ତି । ପରିସ୍ଥତି ଅଣାୟତ ହୋଇ ପଡ଼ିଥିବା ବେଳେ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ଫୋର୍ସ ଧରି ଘୂରି ବୁଲୁଛନ୍ତି ଅନୁଗୋଳ ଏସଡିପିଓ ।

ସୁନ୍ଦରୀ ପାଇଁ ଅଭୟାରଣ୍ୟ ବାସିନ୍ଦା ଭୟରେ ଥିବା ବେଳେ ଟେନସନରେ ବନ ବିଭାଗ । ସେପଟେ ଉତ୍ୟକ୍ତ ଲୋକେ ଟିକରପଡ଼ା ରେଞ୍ଜ ହାଉସ୍ ଏବଂ ବୋଟ୍ ପୋଡ଼ାଜଳା କରିଥିବାରୁ ସେ ସ୍ଥାନ ଛାଡ଼ି ବନ ବିଭାଗ କର୍ମଚାରୀମାନେ ପଳାଇଛନ୍ତି ।