‘ୱାର୍ଲଡ୍ ପ୍ରିଟିଏଷ୍ଟ୍ ମ୍ୟାନ୍’ବା ସବୁଠୁ ‘ସୁନ୍ଦରୀ’ ପୁରୁଷ କିଏ ଆଉ କେଉଁଠି ?

ନୂଆଦିଲ୍ଲୀ : ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ । ଜଣେ ପୁରୁଷକୁ ଏଠାରେ ‘ସୁନ୍ଦରୀ’ କାହିଁକି କୁହାଯାଇଛି । ଉତ୍ତର ବି ସେମିତି କିଛି ଖାସ୍ ଅଛି ପାଠକେ । ମାଲେସିଆରେ ବର୍ତ୍ତମାନ ଜଣେ ଯୁବକଙ୍କ ଚେହେରା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଜଣେ ପୁରୁଷ ହୋଇ ମଧ୍ୟ ତାଙ୍କ ଚେହେରାର ଗଢ଼ଣ କୌଣସି ସୁନ୍ଦରୀ ତରୁଣୀଙ୍କଠୁ କମ୍ ନୁହେଁ । ସେ ହେଉଛନ୍ତି ମାଲେସିଆ ନିବାସୀ ୨୨ ବର୍ଷୀୟ ଅବ୍ଦୁସଲ୍ଲାମ୍ ଫିର୍ଦୌସ୍ ଅବଦୁଲ୍ ଅଜିଜ୍ । ଅବଦୁଲ୍ଙ୍କ ଚେହେରା ଅନ୍ୟମାନଙ୍କୁ ଧୋକ୍କାରେ ପକାଉଥିବାରୁ ସେ ନିଜ ପାଖରେ ସବୁବେଳେ ପରିଚୟ ପତ୍ର ରଖିଥାନ୍ତି । ନିକଟରେ ସେ ଏକ ସକ୍କର୍ ଗେମ୍ ଦେଖିବାକୁ ଯାଇଥିବା ବେଳେ ଚେକିଂ ଗେଟ୍ରେ ତାଙ୍କୁ ମହିଳାଙ୍କ ଧାଡ଼ିରେ ଠିଆ ହେବାକୁ କୁହାଯାଇଥିଲା । କିନ୍ତୁ ସେ ନିଜକୁ ପୁଅ ବୋଲି କହିବାରୁ କେହି ବି ବିଶ୍ୱାସ କରିନଥିଲେ । ପରେ ସେ ନିଜ ପରିଚୟ ପତ୍ର ସାଙ୍ଗକୁ ଅନ୍ୟାନ୍ୟ ଆଇଡେଣ୍ଟିଫିକେସନ ଡକ୍ୟୁମେଣ୍ଟ ମଧ୍ୟ ଦେଖାଇଥିଲେ । ଏ ଘଟଣା ସୋସିଆଲ୍ ମିଡିଆରେ ତାଙ୍କର କିଛି ଫଟୋ ସହ ଭାଇରାଲ୍ ହୋଇଥିଲା । ଯାହାକୁ ଦେଖି ଇଣ୍ଟର ନେଟ ପ୍ରେମୀ ଏକଦମ୍ ପାଗଳ । ଘଟଣାଟି ଏବେ ମାଲେସିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପାଲଟିଛି । ଘଟଣା ପରଠୁ ସେ ପାଲଟିଯାଇଛନ୍ତି ‘ୱାର୍ଲଡ୍ ପ୍ରିଟିଏଷ୍ଟ୍ ମ୍ୟାନ୍’ ।

 

ସଂଧ୍ୟା ପୂର୍ବରୁ ନାଇଟ ପିନ୍ଧିଥିବା ମହିଳାଙ୍କ ଦେହରୁ ନାଇଟ ଚୋରାଇ ଆଣିଲେ ମିଳେ ହଜାର ଟଙ୍କାର ପୁରସ୍କାର, କେଉଁଠି ରାତି ଆଗରୁ ନାଇଟ ପିନ୍ଧିବା ମନା