ସୁନ୍ଦରଗଡର ବିଶ୍ରା କଂଟେନମେଂଟ ଜୋନ ଘୋଷଣା

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକରରେ ୨ କରୋନା ପଜିଟିଭ୍ ଚିହ୍ନଟ ପରେ ଏହାର କିଛି ଅଂଚଳକୁ କଂଟେନମେଂଟ ଗୋନରେ ଘୋଷଣା କରିଛି ପ୍ରଶାସନ । ଏହାସହିତ ଆସିଆନା କଲୋନୀ ଓ ଏହାର ଆଖପାଖ ଅଂଚଳକୁ ସିଲ କରାଯାଇଛି ।

ଡରେଇକେଲା ବସ୍‌ଷ୍ଟପରୁ ପୁରୁଣା ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍‌ରୁ ନୟା ବସ୍ତି, ନୟା ବସ୍ତିରୁ ଭାରତ ପେଟ୍ରୋଲିୟମ୍ ଛକ, ଭାରତ ପେଟ୍ରୋଲିୟମ ଛକରୁ ଡରେଇକେଲା ବସ୍ ଷ୍ଟପ୍ ପର୍ଯ୍ୟନ୍ତ ଅଂଚଳକୁ ଘେରାବନ୍ଦୀ କରାଯାଇଛି। ଏ ଅଂଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଛି। କଂଟେନମେଂଟ ଜୋନ୍ ଅଂଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ। ୪୮ ଘଂଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଏହି ଅଂଚଳରେ ସାନିଟାଇଜ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ଜିଲ୍ଲାପାଳ ଦେଇଥିବା ସୂଚନା ଅନୁଯାୟୀ, କଂଟେନମେଂଟ ଜୋନ୍ ଘୋଷଣା ଅଂଚଳରେ ପାଖାପାଖି ୧୫୦୦ ଘର ଅଛି। ୪୮ ଘଂଟା ମଧ୍ୟରେ  ଲୋକେସନ୍ ମ୍ୟାପିଂ ଓ ହାଉସ୍ ସର୍ଭେଲାନ୍ସ ମଧ୍ୟ କରାଯିବ। ପ୍ରଶାସନ ସହାୟତାରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।