ଭୁବନେଶ୍ୱର: ପ୍ରଖ୍ୟାତ ଓ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ସନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବୟସ ହୋଇଥିଲା । କୋଲକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।
ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କର କୋଲକାତାଠାରେ ବିୟୋଗ ଘଟିଛି। ଓଡ଼ିଶାର ବିଶିଷ୍ଟ ବରପୁତ୍ରୀ ସୁନନ୍ଦାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ରବିବାର ସକାଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଯୋଗୁଁ ସେ ବହୁ ଦିନ ଧରି ଚିକିତ୍ସିତ ହେଉଥିଲେ। ସେ ‘ଜୀବନ ପାତ୍ର ମୋ’ ଭରିଛ କେତେ ମତେ ନ ଦେଲ ବୋଲି କିଛି କହିବି କିହେ ଆଉ..’ ଭଳି କାଳଜୟୀ ଗୀତର ଗାୟିକା ଥିଲେ ।
ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା ସୁନନ୍ଦାଙ୍କ ଜନ୍ମ ୧୯୩୪ ମସିହା ନଭେମ୍ବର ୭ ତାରିଖରେ କଟକଠାରେ ହୋଇଥିଲା। ସୁନନ୍ଦା ପଟ୍ଟନାୟକ ୧୯୮୩ ମସିହାରୁ କୋଲକାତାରେ ରହୁଥିଲେ। ସେ ମାତ୍ର ୧୪ ବର୍ଷ ବୟସରେ କଟକ ଆକାଶବାଣୀ କେନ୍ଦ୍ରରେ ସଂଗୀତ ପରିବେଷଣ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହାରେ ସଙ୍ଗୀତରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ପ୍ରଖ୍ୟାତ ଗୁରୁ ପଣ୍ଡିତ ବିନାୟକ ରାଓ ପଟ୍ଟବର୍ଦ୍ଧନଙ୍କ ଶିଷ୍ୟା ସୁନନ୍ଦା ‘ତରାନା’ ଗାୟନ ଲାଗି ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଓଡ଼ିଶୀ ସଙ୍ଗୀତର ବିଶିଷ୍ଟ ଗାୟିକା ସୁନନ୍ଦା ପଟ୍ଟନାୟକ ‘ଗୁରୁମା’ ଭାବେ ଲୋକପ୍ରିୟ ଥିଲେ। ଜାତୀୟ-ଅନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ସୁନନ୍ଦା ପଟ୍ଟନାୟକଙ୍କ ଲୋକପ୍ରିୟ ଉଚ୍ଚାଙ୍ଗ ଭକ୍ତିଗୀତ ମଧ୍ୟରେ ରହିଛି ‘ନିଶବ୍ଦ ଶରଦ ପ୍ରାତେଃ..’, ‘ଦୁଃଖେ ତୁମରି ଉତ୍ସବ ଦୀପ..’, ‘ଜୀବନ ବନ୍ଧୁ ଜୟ ଜୟ ହେଟ୍ଟ’ ଓ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ..।’
କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାଛଡ଼ା ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।