ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ସମ୍ମାନିତ

ଭୁବନେଶ୍ୱର  : ସମ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ବିଭାଗ ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ଗତ ମେ ୫ ତାରିଖ ଦିନ ଗଙ୍ଗା ଆନେସ୍‌ଥେସିଆ ରିଫ୍ରେଶର କୋର୍ସ (ଗାର୍କ)ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନଜନକ ମେଂଟର ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି ।
କୋଏମ୍ବାଟୁର ସ୍ଥିତ ଗଙ୍ଗା ହସ୍ପିଟାଲ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡାକ୍ତର ରାୟ । ଆନେସ୍‌ଥେସିଆରେ ପ୍ରଥମ ଥର ପାଇଁ ଏହି ଆୱାର୍ଡ ଦିଆଯାଇଛି ।
ଡାକ୍ତର ରାୟଙ୍କ ସମେତ ଅନ୍ୟ ଚାରି ଜଣ ଡାକ୍ତରଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି । ସେମାନେ ହେଲେ କୋଲକାତାର ବ୍ରିଗେଡିୟର ଆର.ସେଟଲୁର, ଲୁଧିଆନାର ଡାକ୍ତର ଅଭତାର ସିଂହ, ମୁମ୍ବାଇର ଡାକ୍ତର ଦିପଙ୍କର ଦାସଗୁପ୍ତା ଏବଂ ଚେନ୍ନାଇର ଡାକ୍ତର ଭି. ନାଗାସ୍ୱାମୀ ।
ଦୀର୍ଘ ବର୍ଷ ଧରି କାର୍ଯ୍ୟଶୈଳୀର ଗୁଣାବତା ଏବଂ ନିଜ ସହକର୍ମୀ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବୃତିଗତ ଉତ୍କର୍ଷତାକୁ ଅନୁଧ୍ୟାନ କରି ଏହି ସମ୍ମାନ ପ୍ରଦାନ କରାଯାଇଛି ।
“ଆନେସ୍‌ଥେସିଆ ଲିଡରସିପ୍ ସମିଟ” ନାମରେ ଆୟୋଜିତ ହୋଇଥିବା ଏହି ସମ୍ମାନସ୍ପଦ ଉତ୍ସବରେ ଆନେସ୍‌ଥେସିଓଲୋଜି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏବଂ ରୋଗୀ ସେବା କ୍ଷେତ୍ରରେ ଆଗଧାଡିରେ ଥିବା ବିଚକ୍ଷଣ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।