ଆହୁରି ୪ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର: ତତଲା କଡେଇ ପାଲଟିଛି ଓଡ଼ିଶା । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେତୁ ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ରୈାଦ୍ରତାପରେ ସିଝୁଛି ସାରା ଓଡ଼ିଶା । ସାରା ରାଜ୍ୟରେ ପ୍ରଚଣ୍ଡ ଖରା ଯୋଗୁଁ ଅସହ୍ୟ ତାତି ଅନୁଭୂତ ହେଉଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ପ୍ରବଳ ଗରମ ଡ଼ହଳବିକଳ ହେଉଛନ୍ତି ଓଡ଼ିଶାବାସୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଜାରି ରହିବ । ଆଗାମୀ ଚାରି ଦିନ ରାଜ୍ୟରେ ଖରା ଓ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଟପିବ । ଟିଟିଲାଗଡ଼,  ଝାରସୁଗୁଡ଼ା, ବଲାଙ୍ଗୀର ,ସମ୍ବଲପୁର ଓ ସୋନପୁରରେ ତାତି  ବଢିବ । କାଲିଠାରୁ ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । କଟକ ଏବଂ ଭୂବନେଶ୍ୱେରରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।