ପୁଣି ଜୁନ ୨୫ ଯାଏ ବଢିଲା ଖରା ଛୁଟି : ୨୬ରେ ଖୋଲିବ ସ୍କୁଲ,ଗ୍ରୀଷ୍ମ ପ୍ରବାହ ଲାଗି ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ଖରାକୁ ଦେଖି ପୁଣି ବଢିଲା ଖରା ଛୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଆହୁରି ୪ ଦିନ ସ୍କୁଲ ଛୁଟି ଅବଧି ବଢିଲା । ୨୫ ତାରିଖ ଯାଏଁ ବଢିଲା ସ୍କୁଲ ଗ୍ରାଷ୍ମ ଅବକାଶ । ଛୁଟି ବଢିଥିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୨୧ ପରିବର୍ତ୍ତେ ୨୬ ତାରିଖ ମଙ୍ଗଳାବର ସ୍କୁଲ ଖୋଲିବ । ଏପ୍ରିଲ ୨୫ରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଥିଲା । ଆସନ୍ତା ୧୮ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ସ୍ଥିର ହୋଇଥିଲା । ମାତ୍ର ପାଣିପାଗ ବିଭାଗ ଠାରୁ ସତର୍କ ସୂଚନା ପାଇବା ପରେ ରାଜ୍ୟ ସରକାର ଗତ ୧୬ ତାରିଖ ଦିନ ଏହି ଗ୍ରୀଷ୍ମ ଛୁଟିକୁ ୩ ଦିନ ବୃଦ୍ଧି କରିଥିଲେ । କିନ୍ତୁ ଖରା ବଢୁଥିବାରୁ ଆଜି ଆଉ ୪ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୬ ତାରିଖ ମଙ୍ଗଳବାର ସ୍କୁଲ ଖୋଲିବ ।