ଆଜିଠୁ ସମ୍ ରେ ଦ୍ଵିତୀୟ ପର୍ଯ୍ୟାୟ ଭ୍ୟାକ୍ସିନ ପରୀକ୍ଷଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ପରୀକ୍ଷଣ ହେବାକୁ ଯାଉଛି କରୋନା ଟିକା ‘କୋଭାକ୍ସିନ’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ପ୍ରାୟ ୭୦ରୁ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏ ଟିକା ପରୀକ୍ଷଣ କରାଯିବା ନେଇ ସୂଚନା ମିଳିଛି ସ୍ୱେଚ୍ଛାସେବୀମାନଙ୍କୁ କାଉନ୍‌ସେଲିଂ, ସ୍କ୍ରିନିଂ ଓ ଆନୁଷଙ୍ଗିକ ପରୀକ୍ଷା ମଧ୍ୟ କରାଯାଇଛି ।

ଏହି ଭ୍ୟାକ୍ସିନର ପର୍ଯ୍ୟାୟ ମାନବ ପରୀକ୍ଷଣ ବେଶ୍‌ ସଫଳତାର ସହ କରାଯାଇଥିଲା। ମାସକ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଚୟନ ସହ ପ୍ରସ୍ତୁତି ସାରିଛନ୍ତି ।

ଏହା କେତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଛି, ଏ ସମ୍ପର୍କରେ ଜାଣିବାକୁ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଭାରତ ବାୟୋଟେକ୍‌କୁ ଏହି ଟିକା ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ୍‌ କାଉନସିଲ ଫର ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ମାନବ ପରୀକ୍ଷଣ ନିମନ୍ତେ ନୂଆଦିଲ୍ଲୀ ଏମ୍‌ସ ସମେତ ଦେଶର ୧୨ଟି ଅନୁଷ୍ଠାନକୁ ବାଛିଥିଲା ।