ଭୁବନେଶ୍ୱର: ରାଜ୍ୟର ଆଉ ଏକ ଘରୋଇ ହସ୍ପିଟାଲକୁ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ କୋଭିଡ-୧୯ ନମୁନା ପରୀକ୍ଷା ହେବ । ପୂର୍ବରୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫସାଇନସେସ୍କୁ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଥିଲା ।
One more Covid testing facility added. IMS and SUM Hospital Bhubaneswar has received permission for conducting Covid-19 testing. @CMO_Odisha @AIIMSBhubaneswr @SecyChief
— H & FW Dept Odisha (@HFWOdisha) May 12, 2020
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୯ଟି କେନ୍ଦ୍ରରେ କୋଭିଡ-୧୯ ନମୁନା ପରୀକ୍ଷା ହୋଇପାରୁଛି । ଏଥିରୁ ଭୁବନେଶ୍ୱରରେ ଆରଏମ୍ ଆରସି ଓ ଏମ୍ସ ସମେତ ୫ଟି କେନ୍ଦ୍ରରେ ନମୁନା ପରୀକ୍ଷା ହେଉଛି । ସେହିପରି କଟକର ଏସ୍ସିବି, ବ୍ରହ୍ମପୁରର ଏମ୍କେସିଜି, ବୁର୍ଲା ମେଡିକାଲ ଓ ରାଉରକେଲାର ଆଇଜିଏଚ୍ରେ କୋଭିଡ-୧୯ ନମୁନା ପରୀକ୍ଷା ହେଉଛି । ଆଗାମୀ ଦିନରେ ବାରିପଦା ଓ ବାଲେଶ୍ୱରରେ ମଧ୍ୟ ନମୁନା ପରୀକ୍ଷା ହେବାର ଆଶଙ୍କା ଦେଖାଯାଇଛି ।