ସୁକମା ନକ୍ସଲ ଆକ୍ରମଣ ଘଟଣା: ୧୭ ଯବାନ ଶହୀଦ

ରାୟପୁର: ଛତିଶଗଡ ସୁକମାରେ ହୋଇଥିବା ମାଓବାଦୀ ଆକ୍ରମଣ ଘଟଣାରେ ୧୭ ଜଣ ଯବାନ ଶହୀଦ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ୧୪ ଜଣ ଯବାନ ଏବେ ବି ଗୁରୁତର ଅଛନ୍ତି । ଶନିବାର ମାଓ ପ୍ରବଣ ସୁକମାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଏସଟିଏଫ ଓ ଡିଆରଜି ଯବାନ ସାମିଲ ରହିଛନ୍ତି ।

ଆହତ ଯବାନଙ୍କୁ ହେଲିକେପ୍ଟର ଜରିଆରେ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯାଇଛି । ବସ୍ତରର ଇତିହାସରେ ଏହା ସବୁଠୁ ବଡ ନକ୍ସଲ ଆକ୍ରମଣ, ଯେଉଁଥିରେ ଅନେକ ଡିଆରଜି ଯବାନଙ୍କୁ ପ୍ରାଣ ହରାଇବାକୁ ପଡିଛି । ଶହୀଦଙ୍କ ମଧ୍ୟରେ ୧୨ ଜଣ ଡିଆରଜି ଯବାନ ରହିଛନ୍ତି ।