ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ଗଞ୍ଜାମ : ଲକଡାଉନକୁ ନେଇ ସମସ୍ତେ ନିଜ ନିଜ ଘରେ ଥିବାବେଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ଗ୍ରାମର ଦୁଇ ଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।  ପଦ୍ମପୁର ଗ୍ରାମର କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ଗଛରେ ପୁଅ-ଝିଅଙ୍କର ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ପଦ୍ମପୁର ଗ୍ରାମର ସୁନୀଲ ରାଉତ ନାମକ ଯୁବକ ସେହି ଗାଁର ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ । ଉଭୟ ପରସ୍ପରକୁ ଭଲ ପାଉଥିଲେ ଓ ଗତକାଲିଠାରୁ କେଉଁଆଡେ ପଳାଇଯାଇଥିଲେ । ଆଜି ସକାଳେ ଗ୍ରାମବାସୀ ଉଭୟଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ପ୍ରେମ ସମ୍ପର୍କକୁ ନେଇ ଉଭୟ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ କହୁଥିବାବେଳେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ପୋଲିସ ଏବେ ତଦନ୍ତ କରୁଛି ।