ଆଖୁ ନ ଦେବାରୁ ଗୁଳିମାଡ

ବଲାଙ୍ଗୀର: ତୁଷାର ଅନ୍ତର୍ଗତ ସମରା ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଆଖୁ ଚାଷୀ ଆଖୁ ନ ଦେବାରୁ ତାଙ୍କ ଉପରକୁ କିଛି ଦୁବୃର୍ତ ଗୁଳି କରିଥିଲେ । ଏଥିରେ ଚାଷୀ ଆହତ ହୋଇ ପାଖ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ପ୍ରକାଶ ଯେ, ୬୦ବର୍ଷୀୟ ମଙ୍ଗଳୁ ସେଠୀ କିଆରୀରେ ଆଖୁ ଜଗିଥିଲେ । ଏହି ସମୟରେ ଚାରିଜଣ ଯୁବକ ଏକ ବାଇକରେ ଆସି ଆଖୁ ଖାଇବାକୁ କହିଥିଲେ, ମାତ୍ର ସେ ଏଥିରେ ରାଜି ହୋଇନଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମ୍ରରେ ସେମାନଙ୍କ ମଧ୍ୟରୁ ଜଣେ ଦୁବୃର୍ତ ବନ୍ଧୁକ ଯୋଗେ ତାଙ୍କ ଉପରକୁ ଗୁଳି କରିଥିଲା । ଏହି ଗୁଳି ସେଠୀଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଥିଲା । ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।